ରାଜ୍ୟ ସରକାର ଗୃହ ପ୍ରତି ଅବମାନନା କରିଛନ୍ତି : ନରସିଂହ
ରାଜ୍ୟ ସରକାର ଗୃହ ପ୍ରତି ଅବମାନନା କରିଛନ୍ତି : ନରସିଂହ
admin
Mar 12, 2021 - 06:57
Updated: Mar 12, 2021 - 06:57
ଭୁବନେଶ୍ୱର: ଧାନ କିଣାଯିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ମନ୍ତ୍ରୀ ଗୃହରେ କହିବା ପରେ ବି ମଣ୍ଡିରେ ଧାନ ଉଠିଲାନି । ଚାଷୀ କୁଆଡେ଼ ଯିବେ । ଆତ୍ମହତ୍ୟା କରିବା ଭଳି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ରାଜ୍ୟ ସରକାର ଗୃହ ପ୍ରତି ଅବମାନନା କରିଛନ୍ତି, ବିଶ୍ୱାସଘାତକତା କରିଛନ୍ତି । ଯଦି ରାଜ୍ୟ ସରକାର ତାଙ୍କ କଥା ନରଖିବେ ଗୃହ କାହିଁକି ଚାଲିବ ବୋଲି ନରସିଂହ କହିଛନ୍ତି ।
ଏହା ପୂର୍ବରୁ ରାଜ୍ୟରେ ଧାନକିଣା ସମସ୍ୟା ନେଇ ବିଧାୟକ ଜୟନାରାୟଣ ମିଶ୍ର ନିଜର ବିବୃତ୍ତି ରଖି କହିଥିଲେ ଯେ, ଆଲୋଚନା ପରେ ଯଦି କାର୍ଯ୍ୟନହେଉଛି, ତାହେଲେ ଗୃହ ଚାଲିବ କାହିଁକି । ସରକାର ଗୃହର ଗାରିମା ଭାଙ୍ଗିଛନ୍ତି । ଗୃହର ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି । ବାଚସ୍ପତିଙ୍କ ନିଦେ୍ର୍ଧଶ ମଧ୍ୟ କାର୍ଯ୍ୟକାରୀୀ କରାଯାଉନାହିଁ । ଆଜି ବି ଅନେକ ମଣ୍ଡିରେ ଧାନ ପଡ଼ିରହିଛି । ଗାଈଗୋରୁ ଖାଉଛନ୍ତି । ଆମକୁ ଲୋକେ ପଚାରୁଛନ୍ତି ବୋଲି କହିବା ସହ ସରକାରୀ ଶୀଘ୍ର ଧାନ ଉଠାଇବାକୁ ଶ୍ରୀ ମିଶ୍ର ଦାବି କରିଥିଲେ ।
ଏହାଛଡ଼ା ଧାନମଣ୍ଡି ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗର୍ଜିଥିଲେ । ଯେ ପର୍ଯ୍ୟନ୍ତ ଧାନ ଉଠୁନି, ସେଯାଏ ବିଧାନସଭା ଚାଲିବାକୁ ଦେବୁନି ବୋଲି ତାରା କହିଥିଲେ ।
ତାରା କହିଛନ୍ତି ଯେ, ବିଜେଡି ନେତା କହିପାରୁନାହାନ୍ତି, ଆମ ଦ୍ୱାରା କୁହାଉଛନ୍ତି । ଗୃହରେ ନିଜ ସମସ୍ୟା କହିବା ଲାଗି ନବୀନ ପଟ୍ଟନାୟକ କାହାକୁ ଅଧିକାର ଦେଉନାହାନ୍ତି । ଏଠି ଅମଲାମାନଙ୍କ ଶାସନ ଚାଲିଛି । ସମସ୍ତ ଧାନ ଉଠାଇବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ତାରା ଦାବି କରିଥିଲେ ।