ରାଜ୍ୟରେ ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୬୫୬

ରାଜ୍ୟରେ ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୬୫୬

ରାଜ୍ୟରେ ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୬୫୬
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୧୧ ମୁଣ୍ଡ ନେଇଛି କରୋନା । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଏବଂ ସମ୍ବଲପୁରରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଏହା ବ୍ୟତିତ ମୟୁରଭଞ୍ଜ, କଳାହାଣ୍ଡି ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ପୁରୀର ତିନି ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮୦ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୪୫ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ସମ୍ବଲପୁରରୁ ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୬୦, ୬୨ ଓ ୬୫ ବର୍ଷ । ଖୋର୍ଦ୍ଧା ଜିଲ୍ଲାରୁ ଆଜି ଦୁଇ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ ୬୧ ଓ ୫୨ ବର୍ଷ । ସୁନ୍ଦରଗଡରୁ ୩୧ ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରୁ ୪୫ ବର୍ଷୀୟ ପୁରୁଷ, କଳାହାଣ୍ଡିରୁ ୫୯ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।