ରିବନ୍‌ ବାନ୍ଧିବେ ସ୍କୁଲ୍‌ ପିଲା

ରିବନ୍‌ ବାନ୍ଧିବେ ସ୍କୁଲ୍‌ ପିଲା

ରିବନ୍‌ ବାନ୍ଧିବେ ସ୍କୁଲ୍‌ ପିଲା

ଭୁବନେଶ୍ୱର : ଖୋଲା କେଶରେ ବିଦ୍ୟାଳୟକୁ ଆସିବେ ନାହିଁ ଛାତ୍ରୀ । ହେୟାର କ୍ଲିପ୍‌ କିମ୍ବା ରିବନ ଲଗାଇବେ । ପ୍ରାଥମିକ ସ୍କୁଲ୍‌ ର ଛାତ୍ରୀମାନେ ଗୋଲାପୀ ରଙ୍ଗର ଓ ହାଇସ୍କୁଲ୍‌ ର ଛାତ୍ରୀମାନେ ଧଳା ରଙ୍ଗର ରିବନ ଲଗାଇ ସ୍କୁଲ୍‌ କୁ ଆସିବେ । ଛାତ୍ରମାନେ ମଧ୍ୟ କେଶର ସାଇଡ୍‌ କଟ୍‌ କରି ବିଦ୍ୟାଳୟକୁ ଆସିବେ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବାକୁ ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

୨୦୨୩-୨୪ ଶିକ୍ଷାବର୍ଷରୁ ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ବ୍ଲକ୍‌ ଅଧିନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟରେ ଏହାକୁ କଡାକଡି ଭାବରେ କାର୍ୟ୍ୟକାରୀ କରାଯିବାର ବ୍ୟବସ୍ଥା ରହିଛି । ଏହି ନିୟମ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଛି । ସାରା ରାଜ୍ୟରେ ଡ୍ରେସକୋଡ୍‌ ବ୍ୟବସ୍ଥା ପ୍ରଚଳିତ ହୋଇଛି । କେଉଁ ଶ୍ରେଣୀର ଛାତ୍ରଛାତ୍ରୀ କିଭଳି ଡ୍ରେସ୍‌ ପିନ୍ଧିିବେ, ତାହା ବାଧ୍ୟତାମୂଳକ ହୋଇଛି । ସେହି ନିୟମ ଅନୁଯାୟୀ ପିଲାମାନେ ବିଦ୍ୟାଳୟକୁ ଆସୁଛନ୍ତି । ସେମାନଙ୍କର ପୋଷାକ ପରିଧାନ ଠିକ୍‌ ଥିବା ବେଳେ ଛାତ୍ରଛାତ୍ରୀଙ୍କ ହେୟାର କଟ୍‌ କୁ ନେଇ ଆପତ୍ତିଜନକ ଅଭିଯୋଗ ଆସିଥିଲା । ପିଲାମାନଙ୍କର ବ୍ୟବହାର ଓ ଆଚରଣ ଆଦୌ ଠିକ୍‌ ନ ଥିଲା । ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପ୍ରତି ଖରାପ ବ୍ୟବହାର ହେଉଥିବାର ଦେଖିବାକୁ ମିଳିଥିଲା ।

ତେଣୁ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।  ବିଏମସିରେ ୧୫୨ ଓ ଭୁବନେଶ୍ୱର ବ୍ଲକରେ ଥିବା ୧୦୨ଟି ବିଦ୍ୟାଳୟରେ ଏହାକୁ କାର୍ୟ୍ୟକାରୀ କରାଯିବ । ପ୍ରାଥମିକ ପର୍ୟ୍ୟାୟରେ କିଛି ବିଦ୍ୟାଳୟ ପରିସର ଏହାକୁ କାର୍ୟ୍ୟକାରୀ କରି ସାରିଛନ୍ତି । ଏହାଦ୍ୱାରା ପିଲାମାନେ  ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା ମାନିବା ସହ ବେଶ୍‌ ଶୃଙ୍ଖଳିତ ହୋଇଛନ୍ତି । ପଟିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଡମଳିପଡା ପ୍ରାଥମିକ ବିଦ୍ୟାଳୟ ପରି ଶତାଧିକ ବିଦ୍ୟାଳୟରେ ଏହାକୁ କାର୍ୟ୍ୟକାରୀ କରାଯାଇଛି ।