ରୁଷିଆ ପରେ ଚୀନ ଟିକାକୁ ବ୍ୟାବହାରିକ ଅନୁମତି!
ରୁଷିଆ ପରେ ଚୀନ ଟିକାକୁ ବ୍ୟାବହାରିକ ଅନୁମତି!
admin
Aug 18, 2020 - 06:12
Updated: Aug 18, 2020 - 06:12
ବେଜିଂ: ରୁଷିଆର ‘ସ୍ଫୁଟନିକ ଭି’ ଟିକା ପରି ଚୀନରେ ପ୍ରସ୍ତୁତ ଏକ କୋଭିଡ ଟିକାକୁ ମଧ୍ୟ ଅନୁରୂପ ଭାବେ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆଗରୁ ସାର୍ବଜନନୀ ବ୍ୟବହାର ପାଇଁ ସରକାର ଅନୁମତି ଦେଇଛନ୍ତି । ଚୀନର କ୍ୟାସିନୋ ବାୟୋଲଜିକସ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏଡି-୫ ଏନକୋଭ ନାମକ ଉକ୍ତ ଟିକାର ମାନବ ଶରୀରରେ ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ଏବଂ ବିଭିନ୍ନ ଦେଶର ଏହାର ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଚାଲିଛି । ତେବେ ତାହା ପୂର୍ବରୁ ଚୀନ ସରକାର ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବା ଅନେକ ଚିକିତ୍ସା ବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରୁ ଏହା ଆଶାନୁରୂପ ଫଳାଫଳ ଆଣିଥିବାରୁ ଚୂଡାନ୍ତ ପର୍ଯ୍ୟାୟରେ ମଧ୍ୟ ଅନୁକୁଳ ଫଳ ଆଣି ବୋଲି ଚୀନ କର୍ତ୍ତୃପକ୍ଷ ଭରସା ରଖିଛନ୍ତି ।