ଆଜି ରାଜ୍ୟରୁ ୨୨୩୯ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ଟପିଲା
ଆଜି ରାଜ୍ୟରୁ ୨୨୩୯ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ଟପିଲା
admin
Aug 18, 2020 - 05:47
Updated: Aug 18, 2020 - 05:47
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ ୨ ହଜାର ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୪୧୬ଜଣ ଚିହ୍ନଟ ହୋଇଥିବାବେଳେ ୮୨୩ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪ହଜାର୫୩୩କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦ ହଜାର ୩୩୯ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୪୩ ହଜାର ୭୭୯ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୩୫୩ଜଣ । ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ୨୯ଟି ଜିଲ୍ଲାରୁ ମୋଟ୍ ୨ ହଜାର ୨୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ ୨୪୬, ନୟାଗଡରୁ ୧୪୭, ବାଲେଶ୍ବରରୁ ୧୩୦, ରାୟଗଡାରୁ ୧୨୦ କଟକରୁ ୧୧୭, କୋରାପୁଟରୁ ୯୧, କନ୍ଧମାଳରୁ ୯୦, ମୟୂରଭଞ୍ଜରୁ ୮୦, ଯାଜପୁରରୁ ୭୫, ଭଦ୍ରକରୁ ୭୩, କେଉଁଝରରୁ ୭୨, ବଲାଙ୍ଗିରରୁ ୬୬, ସୁନ୍ଦରଗଡରୁ ୬୪, ମାଲ୍କାନଗିରିରୁ ୫୫, ବୌଦ୍ଧ ଓ ସମ୍ବଲପୁରରୁ ୫୩ଜଣ ଲେଖାଏଁ ରହିଥିବାବେଳେ ବରଗଡରୁ ୫୧, ଗଜପତିରୁ ୪୨, ପୁରୀରୁ ୪୦, ଢେଙ୍କନାଳରୁ ୩୬, ଜଗତସିଂହପୁରର ୨୬, ସୋନପୁରରୁ ୨୪, କଳାହାଣ୍ଡିରୁ ୨୧, ଝାରସୁଗୁଡାରୁ ୧୩, ନବରଙ୍ଗପୁରରୁ ୧୪, ନୂଆପଡାରୁ ୮, କେନ୍ଦ୍ରାପଡାରୁ ୭, ଅନୁଗୁଳରୁ ୬ ଜଣ ରହିଛନ୍ତି ।