ଘରେ ହୋଇପାରିବ ‘କରୋନା’ ପରୀକ୍ଷା ! ଘରେ ପହଁଚାଇବ ଆମାଜନ

ଘରେ ହୋଇପାରିବ ‘କରୋନା’ ପରୀକ୍ଷା ! ଘରେ ପହଁଚାଇବ ଆମାଜନ

ଘରେ ହୋଇପାରିବ ‘କରୋନା’ ପରୀକ୍ଷା ! ଘରେ ପହଁଚାଇବ ଆମାଜନ
ଲଣ୍ଡନ : ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଦ ଗାଡର଼୍ିଅନ’ର ଏକ ରିପୋର୍ଟ ଏବେ ଆଶା ସଂଚାର କରିଛି । ସାରା ବିଶ୍ୱରେ କରୋନା ପରୀକ୍ଷା କିଟର ଅଭାବ ପରିଲକ୍ଷିତ ହେଉଥିବାବେଳେ ଇଂଲଣ୍ଡର ସ୍ୱାସ୍ଥ୍ୟ ବିଭାଗ ୩୫ ଲକ୍ଷ କିଟ ମଗାଇଥିବା ଜଣାପଡ଼ିଛି । ଯାହାଦ୍ୱାରା ଜଣେ ବ୍ୟକ୍ତି ଘରେ ମାତ୍ର ୧୫ ମିନିଟରେ କରୋନା ପରୀକ୍ଷା କରିପାରିବ । ଫଳରେ ନିଜେ ଆକ୍ରାନ୍ତ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ବୋଲି ଉକ୍ତ ଗଣମାଧ୍ୟମ ଖବର ପ୍ରକାଶ କରିଛି । ଲଣ୍ଡନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ସଂକ୍ରମଣ ସେବା ନିଦେ୍ର୍ଧଶକ ପ୍ରଫେସର ସାରନ ପିକକ କହିଛନ୍ତିଯେ, କିଛିଦିନ ମଧ୍ୟରେ ବ୍ରିଟେନରେ ଲକ୍ଷ ଲକ୍ଷ କରୋନା ପରୀକ୍ଷା ସମ୍ଭବପର ହୋଇପାରିବ । ବ୍ରିଟେନ ସରକାର ୩.୫ ନିୟୁତ କିଟ କିଣିଥିବାବେଳେ ଘରେ ପରୀକ୍ଷା ନିମନ୍ତେ ନାଗରିକମାନଙ୍କୁ ଯୋଗାଇ ଦିଆଯିବ । ଏବେ କିଟର ପରୀକ୍ଷଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବୈଜ୍ଞାନିକ ଓ ଡାକ୍ତରମାନେ ଏହାକୁ ଅନୁଧ୍ୟାନ କରୁଛନ୍ତି । ଯଦି ପରୀକ୍ଷଣରୁ ସଠିକ ରିପୋର୍ଟ ମିଳେ ତେବେ ତାହା ସରକାରୀ ସଂସ୍ଥା ଓ ଆମାଜନ ଭଳି ବେସରକାରୀ ସଂସ୍ଥା ଦ୍ୱାରା ଲୋକମାନଙ୍କୁ ଯୋଗାଇ ଦିଆଯିବ । ଗର୍ଭ ପରୀକ୍ଷା ଭଳି ଏହି କିଟ ଦ୍ୱାରା କରୋନା ପରୀକ୍ଷଣ ହୋଇପାରିବ ବୋଲି କୁହାଯାଉଛି । ହାତରୁ କିଛି ରକ୍ତ ନେଇ ଉକ୍ତ କିଟରେ ପକାଇଲେ କରୋନାରେ ଜଣେ ଆକ୍ରାନ୍ତ ହୋଇଛି କି ନାହିଁ ଜଣାପଡ଼ିପାରିବ । ଚଳିତ ସପ୍ତାହରେ ଏହି କିଟର ପରୀକ୍ଷଣ ପରେ ତାହା ଜନସାଧାରଣଙ୍କୁ ଯୋଗାଇ ଦିଆଯିବ କି ନାହିଁ ସ୍ଥିର କରାଯିବ ବୋଲି ପିକକ କହିଛନ୍ତି । ଅପରପକ୍ଷରେ ବ୍ରିଟେନ ସରକାର ଏନେଇ ଆମାଜନ ସହ କଥା ମଧ୍ୟ ହୋଇଛନ୍ତି । ଆମାଜନ ଏହା ଲୋକଙ୍କୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ଔଷଧ ଦୋକାନରେ ମଧ୍ୟ ଏହା ଉପଲବ୍ଧ ହୋଇପାରିବ ବୋଲି ସୂଚନା ମିଳିଛି ।