୨୪ ଘଣ୍ଟାରେ ୫୫ ହଜାର ୩୪୨ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୫୫ ହଜାର ୩୪୨ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୫୫ ହଜାର ୩୪୨ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି । ପ୍ରାୟ ଦୁଇ ମାସ ପରେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ କମ୍‌ ରହିଛି। ଗତ୨୪ ଘଣ୍ଟାରେ ସାରା ଦେଶରୁ ୫୫ ହଜାର ୩୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୦୬ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧ଲକ୍ଷ ୭୫ ହଜାର ୮୮୧କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ସର୍ବମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯ ହଜାର ୮୫୬ରେ ପହଞ୍ଚିଛି । ଦେଶରେ ସୁସ୍ଥ ହାର କ୍ରମାଗତ ଭାବରେ ବଢି ଚାଲିଛି । ଏବେସୁଦ୍ଧା ଦେଶରେ ୬୨ ଲକ୍ଷ ୨୭ ହଜାର ୨୯୬ଜଣ ସୁସ୍ଥ ହୋଇଥିବାବେଳେ ୮ ଲକ୍ଷ ୩୮ ହଜାର ୭୨୯ଟି ସକ୍ରିୟ ମାମଲା ରହିଛି ।