ରେଡ୍ ଜୋନରେ ଓଡିଶାର ୩ ଜିଲ୍ଳା

ରେଡ୍ ଜୋନରେ ଓଡିଶାର ୩ ଜିଲ୍ଳା

ରେଡ୍ ଜୋନରେ ଓଡିଶାର ୩ ଜିଲ୍ଳା
ଖୋର୍ଦ୍ଧା ଅରେଞ୍ଜ ଜୋନକୁ ଆସିଥିବା ବେଳେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ରେଡ ଜୋନ ଘୋଷଣା କରାଗଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ପୂର୍ବରୁ ରେଡ ଜୋନରେ ଥିଲା ଖୋର୍ଦ୍ଧା ଜିଲ୍ଲା । ସେହିପରି ଓଡିଶାର ୩ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ରେଡ ଜୋନରେ ରଖାଯାଇଛି । ଅରେଞ୍ଜ ଜୋନରେ ରହିଛି ଖୋଦ୍ଧା, ସୁନ୍ଦରଗଡ, କେନ୍ଦ୍ରାପଡା, କଳାହାଣ୍ଡି , କୋରାପୁଟ, ଢେଙ୍କାନାଳ ଓ ପୁରୀ । ଅନ୍ୟପଟେ ଓଡିଶାର ୨୧ ଜିଲ୍ଲାକୁ ଗ୍ରୀନ ଜୋନରେ ରଖାଯାଇଛି । କରୋନା ସଂକ୍ରମଣକୁ ଆଖିରେ ରଖି ଦେଶର କରୋନା ଆକ୍ରାନ୍ତ ଜିଲ୍ଲାଗୁଡିକୁ ୩ଟି ଜୋନରେ ଭାଗ କରିଛନ୍ତି କେନ୍ଦ୍ର ସରକାର । ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଜିଲ୍ଲାଗୁଡିକ ଚିହ୍ନଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେହିପରି ଦେଶର ୧୩୦ ଜିଲ୍ଲା ରେଡ ଜୋନରେ ରହିଥିବା ବେଳେ ୨୮୪ ଜିଲ୍ଲା ଅରେଞ୍ଜ ଜୋନରେ ଏବଂ ୩୧୯ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ତେବେ ପ୍ରତି ସପ୍ତାହରେ କରୋନା ସଂକ୍ରମଣକୁ ଆଖିରେ ରଖି ତାଲିକାରେ ପରିବର୍ତନ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।