ଲୁଡ଼ୁ ଖେଳରୁ ଲଭ୍, ପାକିସ୍ତାନ ଯୁବକଙ୍କ ପ୍ରେମରେ ମହିଳା
ଲୁଡ଼ୁ ଖେଳରୁ ଲଭ୍, ପାକିସ୍ତାନ ଯୁବକଙ୍କ ପ୍ରେମରେ ମହିଳା

ଜୟପୁର: ଲୁଡ ଖେଳରୁ ହେଲା ଲଭ୍। ପାକିସ୍ତାନର ଯୁବକଙ୍କ ପ୍ରେମରେ ମହିଳା। ପ୍ରେମ ନିଶା ଏତେ ଘାରିଲା ଯେ, ଏବେ ପାକିସ୍ତାନ ଯାଇ ନିଜ ପ୍ରେମିକକୁ ଭେଟିବା ଜିଦ୍ କରିଛନ୍ତି। ଏଭଳି ଏକ ଚର୍ଚ୍ଚିତ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଧୋଲପୁର ଜିଲ୍ଲାରେ।
ଏଠାରେ ଜଣେ ବିବାହିତ ମହିଳା ଅନଲାଇନ୍ ଲୁଡୋ ଖେଳିବା ବେଳେ ପାକିସ୍ତାନରେ ରହୁଥିବା ଅଲୀ ନାମକ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା କରିଥିଲା। ପରେ ପରେ ଦେଖୁ ଦେଖୁ ଉଭୟଙ୍କ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା। ପରସ୍ପରକୁ ଭଲପାଇ ବସିଥିଲେ ଏହି ଦୁଇ ଜଣ। ତା’ପରେ ମହିଳା ଜଣକ ନିଜ ଶାଶୁଘର, ସ୍ୱାମୀ ଏବଂ ପିଲା ଛୁଆଙ୍କୁ ଛାଡି ପ୍ରେମିକଙ୍କୁ ଭେଟିବା ପାଇଁ ପାକିସ୍ତାନ ଯିବା ପାଇଁ ବାହାରି ପଡିଥିଲେ। କିନ୍ତୁ ପୁଲିସ ତାଙ୍କୁ ଅମୃତସରର ଜଲିଆନୱାଲା ବାଗ ଅଞ୍ଚଳରୁ ଅଟକାଇଛି।
ବାସ୍ତବରେ, ମହିଳା ଜଣକ ଜାଲିଆନୱାଲା ବାଗ ନିକଟରେ ଅଟାରୀକୁ ଯିବା ପାଇଁ ଅଟୋ ବିଷୟରେ ପଚରାଉଚରା କରୁଥିବାବେଳେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ସନ୍ଦେହ କରିଥିଲେ। ପରେ ଉକ୍ତ ମହିଳାଙ୍କୁ ଅଟକାଇ ପଚରାଉଚରା କିରବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ତା’ପରେ ଉକ୍ତ ମହିଳାଙ୍କ ପରିବାର ଲୋକଙ୍କୁ ପୁଲିସ ଅମୃତସର ଡାକି ତାଙ୍କୁ ହସ୍ତାନ୍ତର କରିଛି। ୬ମାସ ପୂର୍ବେ ଅନ୍ଲାଇନ୍ରେ ଲୁଡୋ ଖେଳୁଥିବାବେଳେ ପାକିସ୍ତାନ ଯୁବକ ଅଲୀଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ପରେ ଦୁହେଁ ହ୍ୱାଟ୍ସ ଆପ୍ରେ ଚାଟିଂ ଆରମ୍ଭ କରିଥିଲେ। ପାକିସ୍ତାନୀ ଯୁବକ ଜଣକ ଉକ୍ତ ବିବାହିତା ମହିଳାଙ୍କୁ ଭେଟିବା ପାଇଁ ଅଟ୍ଟାରୀ ସୀମାକୁ ଡାକିଥିଲେ। ଏହାପରେ ପ୍ରେମରେ ପାଗଳ ହୋଇ ବିବାହତ ମହିଳା ଜଣକ ନିଜ ପରିବାର ଓ ଦୁଇ ବର୍ଷର ଛୁଆକୁ ଛାଡି ବୁଧବାର ପାକିସ୍ତାନ ଯିବା ପାଇଁ ବାହାରି ପଡିଥିଲେ। ପୁଲିସ ତାଙ୍କୁ ଅଟକାଇବା ପରେ ମଧ୍ୟ ସେ ପାକିସ୍ତାନ ଯିବା ପାଇଁ ଇଚ୍ଛା ଜାହିର କରି ଜିଦ୍ରେ ଅଡି ବସିଥିଲେ। ପରେ ଶ୍ୱଶୁର ଘର ଲୋକେ ଆସି ଉକ୍ତ ମହିଳାଙ୍କୁ ସେଠାରୁ ନେଇଯାଇଥିବା ଜଣାପଡିଛି।