ଆପଲ ସିଇଓଙ୍କ ବାର୍ଷିକ ଆୟ ୭୩୩ କୋଟି

ଆପଲ ସିଇଓଙ୍କ ବାର୍ଷିକ ଆୟ ୭୩୩ କୋଟି

ଆପଲ ସିଇଓଙ୍କ ବାର୍ଷିକ ଆୟ ୭୩୩ କୋଟି

 ନୂଆଦିଲ୍ଲୀ: ଆଇଫୋନ ନିର୍ମାତା ଆମେରିକୀୟ କମ୍ପାନି ଆପଲର ସିଇଓ ଟିମ କୁକଙ୍କ ଆୟ ଶୁଣିଲେ ଅନେକ ଆଶ୍ଚର୍ୟ୍ୟ ହୋଇଯିବେ । ୨୦୨୧ରେ ସେ ଦରମା, କମ୍ପାନି ସେୟାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଆକାରରେ ପ୍ରାୟ ୭୩୩ କୋଟି ଟଙ୍କା (୯୮.୭ ନିୟୁତ ଡଲାର) ପାଇଛନ୍ତି । ଆମେରିକାର ପୁଞ୍ଜି ବଜାର ନିୟାମକ ସଂସ୍ଥା ଏସଇସିକୁ କମ୍ପାନି ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୨୦ରେ କୁକଙ୍କ ଆୟ ୧୦୪ କୋଟି ଟଙ୍କା (୧୪ ନିୟୁତ ଡଲାର) ଥିଲା । ୨୦୨୦ ତୁଳନାରେ ୨୦୨୧ରେ ତାଙ୍କ ଆୟ ୭ ଗୁଣରୁ ଅଧିକ ବୃଦ୍ଧି ଘଟିଛି । 

୨୦୨୧ରେ ତାଙ୍କୁ ମୂଳ ଦରମା ଭାବେ ୨୨.୩୦ କୋଟି ଟଙ୍କା, କମ୍ପାନିର ଆର୍ଥôକ ଓ ପରିବେଶ ଲକ୍ଷ୍ୟକୁ ହାସଲ କରିପାରିଥିବାରୁ ୮୯.୨୦ କୋଟି ଟଙ୍କା ଦିଆଯାଇଛି । ଘରୋଇ ଜେଟରେ ଯାତ୍ରା, ଛୁଟି କଟାଇବା ଆଦି ପାଇଁ ତାଙ୍କୁ ପ୍ରାୟ ୧୦.୩୩ କୋଟି ଟଙ୍କା ଦିଆଯାଇଛି । ତାଙ୍କୁ ୬୧୩ କୋଟି ଟଙ୍କା ମୂଲ୍ୟର କମ୍ପାନି ସେୟାର ମଧ୍ୟ ମିଳିଛି । 

ଆପଲ୍ ଏହାର ସିଇଓଙ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଯାତ୍ରୀବାହୀ ବିମାନରେ ଯାତ୍ରା କରିବା ଅନୁମତି ଦିଏନାହିଁ । ୨୦୨୧ରେ କୁକଙ୍କ ଆୟ କମ୍ପାନିର ଅନ୍ୟ ସାଧାରଣ କର୍ମଚାରୀଙ୍କ ହାରାହାରି ଆୟ ତୁଳନାରେ ୧୪୪୭ ଗୁଣା ଅଧିକ ରହିଛି । କମ୍ପାନିର କର୍ମଚାରୀଙ୍କ ହାରାହାରି ବାର୍ଷିକ ଆୟ ୫୦.୬୬ ଲକ୍ଷ ଟଙ୍କା ଅଛି ।