ଶ୍ରୀକ୍ଷେତ୍ରରେ ଭକ୍ତିପୁତ ପରିବେଶରେ କାର୍ତିକ ପୂର୍ଣ୍ଣିମା ପାଳିତ

ମାସକ ପାଳିଲେ ପୂର୍ଣ୍ଣିମାରରେ ଭସାଇଲେ ଆ-କା-ମା-ବୈ, ପାନ ଗୁଆ ଥୋଇ କାର୍ତ୍ତିକ ପୁର୍ଣ୍ଣିମାରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ଲାଭ କରୁଛନ୍ତି ଭକ୍ତ ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ କାର୍ତ୍ତିକ ପୁର୍ଣ୍ଣିମା ପାଳନ କରୁଛନ୍ତି ଲୋକେ

ଶ୍ରୀକ୍ଷେତ୍ରରେ ଭକ୍ତିପୁତ ପରିବେଶରେ କାର୍ତିକ ପୂର୍ଣ୍ଣିମା ପାଳିତ

ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ମହୋଦଧିରେ ବୁଡ଼ ପକାଇବା ପାଇଁ ବଡ଼ି ଭୋରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିଲା ପୁରୀକୁ। ମହୋଦଧିରେ ଲକ୍ଷାଧିକ ଭକ୍ତ ସ୍ନାନ କରିବା ସହ କଦଳୀ ପଟୁକା ବା ସୋଲ ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ ଡ଼ଙ୍ଗା ଭସାଇବା ସହ ଆ-କା-ମା-ବୈ, ପାନ ଗୁଆ ଥୋଇ ଶଦ୍ଦରେ ଗୁଞ୍ଜରିତ ହୋଇଥିଲା ସମଗ୍ର ବେଳାଭୂମି । ନିଜ ପରିବାର ତଥା ସାଙ୍ଗସାଥିଙ୍କ ସହ ଲୋକେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି ତଟକୁ ଆସି ଡଙ୍ଗା ଭସାଇଥିଲେ। ଏଥିସହ ପବିତ୍ର କାର୍ତ୍ତିକ ମାସର ପୁର୍ଣ୍ଣିମା ପାଇଁ ହବିଷ୍ୟାଳୀ ମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିବା ସହିତ ଆଜିର ପ୍ରଥମ ସୂର୍ଯ୍ୟ ଉଦୟ ଦର୍ଶନ କରିଛନ୍ତି । ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ମହୋଦଧି ତଟରେ ଏକତ୍ରିତ ହୋଇ କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ଲାଭ କରିଛନ୍ତି। ବିଶ୍ୱାସ ରହିଛି ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ମୋକ୍ଷ ପ୍ରାପ୍ତି ହୋଇଥାଏ।

ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଜରାଜେଶ୍ଵର ବେଶ ବା ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗୋଟିଏ ବର୍ଷରେ ମହାପ୍ରଭୁ ପାଞ୍ଚଥର ସୁନାବେଶ ହେବାର ପରମ୍ପରା ରହିଛି। ଗୁରୁବାର ରାତି ତମାମ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିବା ବେଳେ ଆଜିର ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ବୃଦ୍ଧି ପାଇଛି। ହରିବୋଲ, ହୁଳହୁଳି ସହିତ ଭକ୍ତଙ୍କ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ୩୬ ପ୍ଲାଟୁନ ପୋଲିସ ଫୋର୍ସ ସହ ୬ ଜଣ ଅତିରିକ୍ତ ଏସପି, ୧୪ ଡିଏସପି, ୩୭ ଇନ୍ସପେକ୍ଟର, ୫୨୨ ହୋମଗାର୍ଡଙ୍କ ସହ ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ ବୋଲି ପୁରୀ ଏସପି କହିଛନ୍ତି। ତେବେ ଗତକାଲି ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନଥିବା ବେଳେ ଆଜି କିନ୍ତୁ ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।