ଶାନ୍ତିଶୃଙ୍ଖଳାର ସହିତ ମତଦାନ ପାଇଁ ସହରରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଶାନ୍ତିଶୃଙ୍ଖଳାର ସହିତ ମତଦାନ ପାଇଁ ସହରରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଶାନ୍ତିଶୃଙ୍ଖଳାର ସହିତ ମତଦାନ ପାଇଁ ସହରରେ ପୋଲିସର ଫ୍ଲାଗ ମାର୍ଚ୍ଚ
ବାରିପଦା : ଚଳିତ ମାସ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଞ୍ଜ ଜିଲାର ଆଟଗୋଟି ବିଧାନସଭା ଓ ଲୋକସଭା ନିମନ୍ତେ ଭୋଟଗ୍ରହଣ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଞ୍ଜ ଜିଲାର କରଞିଆ ବିଧାନସଭା ରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ସଂପୂନ୍ନ ଭାବେ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହିତ ସମାପ୍ତ କରିବା ଉଦ୍ଦେଶ୍ୟ ନେଇ ବାରିପଦା ସହରରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଆଜି ଫ୍ଲାଗମାର୍ଚ ଅନୁଷ୍ଟି ହୋଇଅଛି ।