ମେରୁଦଣ୍ଡୀ ପ୍ରାଣୀର ସୃଷ୍ଟି ଅଗଭୀର ସମୁଦ୍ରରେ

ମେରୁଦଣ୍ଡୀ ପ୍ରାଣୀର ସୃଷ୍ଟି ଅଗଭୀର ସମୁଦ୍ରରେ

ମେରୁଦଣ୍ଡୀ ପ୍ରାଣୀର ସୃଷ୍ଟି ଅଗଭୀର ସମୁଦ୍ରରେ
ବିଶ୍ୱର ପ୍ରଥମ ମେରୁଦଣ୍ଡୀ ପ୍ରାଣୀର ସୃଷ୍ଟି ଅଗଭୀର ସମୁଦ୍ରରେ ହୋଇଥିଲା । ପ୍ରାୟ ଅଠଚାଳିଶ କୋଟି ବର୍ଷ ତଳେ ମାଛ ଭଳି ଦିଶୁଥିବା ଏହି ପ୍ରାଣୀ ସମୁଦ୍ରରେ, ଷାଠିଏ ଫୁଟ, ଗଭୀରତା ମଧ୍ୟରେ ଜନ୍ମ ହୋଇଥିଲା । ଦଶ କୋଟି ବର୍ଷ ଧରି, ପ୍ରଥମ ପର୍ଯ୍ୟାୟର ମେରୁଦଣ୍ଡୀ ପ୍ରାଣୀ ଗୁଡ଼ିକ ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳର ସମୁଦ୍ରରେ ବାସ କରିଥିଲେ । ନିର୍ଦ୍ଧିଷ୍ଟ ଅଞ୍ଚଳ ଛାଡ଼ିବା ପରେ, ବିବର୍ତ୍ତନ ସମ୍ଭବ ହୋଇଥିଲା । ସେମାନେ ସ୍ଥଳକୁ ଆସିବା ସହ ଚାରିଗୋଡ଼ିଆ ନୂଆ ନୂଆ ମେରୁଦଣ୍ଡୀ ସୃଷ୍ଟି ହୋଇଥିଲେ । ‘ପେନ୍ସିଲଭାନିଆ ୟୁନିଭର୍ସିଟି’ର ଗବେଷିକା ଲରେନ ସାଲାନ ଓ ତାଙ୍କ ସାଥୀମାନେ ଛତିଶରୁ ଅଠଚାଳିଶ କୋଟି ବର୍ଷ ପୁରୁଣା ୨୮୨୭ ଟି ଜୀବାଶ୍ମ ଉପରେ ଲମ୍ବା ସମୟ ଅଧ୍ୟୟନ ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ଏ ସମ୍ପର୍କରେ ଏକ ରିପୋର୍ଟ ‘ସାଇନ୍ସ’ ପତ୍ରିକାରୁ ପ୍ରକାଶ ପାଇଛି ।