ଶୁଣାଣି ରୋକିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରଶାନ୍ତ ଭୂଷଣ

ଶୁଣାଣି ରୋକିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରଶାନ୍ତ ଭୂଷଣ

ଶୁଣାଣି ରୋକିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରଶାନ୍ତ ଭୂଷଣ
ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ଅବମାନନା ମାମଲାରେ କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ଘୋଷଣା କରିଥିବା ବେଳେ ଦଣ୍ଡ ଘୋଷଣା ପାଇଁ ୨୦ ତାରିଖ ସ୍ଥିର କରିଥିଲେ । ତେବେ ଦଣ୍ଡ ଘୋଷଣାର ଗୋଟିଏ ଦିନ ପୂର୍ବରୁ ପ୍ରଶାନ୍ତ ଭୂଷଣ ଏହାକୁ ରୋକିବା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରିଭ୍ୟୁ ପିଟିସନ ଦାଖଲ ଏବଂ ଏହାର ଶୁଣାଣି ପର୍ଯ୍ୟନ୍ତ ଦଣ୍ଡ ଘୋଷଣା ନକରିବା ପାଇଁ ପ୍ରଶାନ୍ତ ଭୂଷଣ ନିଜ ଅପିଲରେ ଦର୍ଶାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଙ୍କ ବିରୋଧରେ ନିନ୍ଦନୀୟ ଟ୍ୱିଟ ପାଇଁ ଅଗଷ୍ଟ ୧୪ ତାରିଖରେ କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ଘୋଷଣା କରିଥିଲେ ।