ମରକଜ ମୁଖ୍ୟ ମୌଲାନା ସାଦଙ୍କ ଘରେ ଇଡିର ଚଢାଉ

ମରକଜ ମୁଖ୍ୟ ମୌଲାନା ସାଦଙ୍କ ଘରେ ଇଡିର ଚଢାଉ

ମରକଜ ମୁଖ୍ୟ ମୌଲାନା ସାଦଙ୍କ ଘରେ ଇଡିର ଚଢାଉ
ନୂଆଦିଲ୍ଲୀ : ତବଲିଗି ଜମାତ ମରକଜର ମୁଖିଆ ମୌଲାନା ସାଦ ଘର ଉପରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ପକ୍ଷରୁ ଚଢାଉ କରାଯାଇଛି । କରୋନା ମହାମାରୀ ସମୟରେ ସଂକ୍ରମଣ ବଢାଇବାର ପ୍ରୟାସ କରୁଥିବା ନେଇ ମୌଲାନାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ଇଡି ପକ୍ଷରୁ ମୌଲାନାଙ୍କ ସମସ୍ତ ଆର୍ଥିକ କାରବାର ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଆଜି ୫ଟି ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଇଡିର ସ୍ୱତନ୍ତ୍ର ଟିମ୍ ଦିଲ୍ଲୀର ୭ଟି ସ୍ଥାନରେ ଏବଂ ମୁମ୍ବାଇର ୫ଟି ସ୍ଥନରେ ରେଡ୍ କରିଛି । ଏହା ବ୍ୟତିତ ହାଇଦ୍ରାବାଦରେ ୪ଟି ଏବଂ କେରଳରେ ୩ଟି ସ୍ଥାନରେ ମଧ୍ୟ ରେଡ କରାଯାଇଥିଲା । ଗୁଜୁରାଟ ଏବଂ ସୁରଟର ଗୋଟିଏ ଲେଖାଏଁ ସ୍ଥାନରେ ମଧ୍ୟ ଇଡି ପକ୍ଷରୁ ଚଢାଉ କରାଯାଇଥିଲା ।