ସଚିବ ବୁଲୁଛନ୍ତି, ମନ୍ତ୍ରୀମାନେ କୁଆଡେ ଗଲେ : ସୁର
ସଚିବ ବୁଲୁଛନ୍ତି, ମନ୍ତ୍ରୀମାନେ କୁଆଡେ ଗଲେ : ସୁର
admin
Oct 14, 2019 - 08:07
Updated: Oct 14, 2019 - 08:07
ଭୁବନେଶ୍ୱର:‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବର୍ତ୍ତମାନ ବହୁ ସଚିବ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ଲୋକମାନଙ୍କୁ ଠିକଭାବେ ସରକାରୀ ସେବା ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି । ତେବେ ସଚିବମାନଙ୍କ ଏଭଳି ଗସ୍ତକୁ କଂଗ୍ରେସ ନେତା ସୁର ରାଉତରାୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ସଚିବମାନେ ଗସ୍ତ କରୁଥିବାବେଳେ ମନ୍ତ୍ରୀମାନେ କୁଆଡେ଼ ଗଲେ ବୋଲି ପ୍ରଶ୍ନ କରିଛନ୍ତି ।
ସୁର ରାଉତରାୟ କହିଛନ୍ତି ଯେ, ରାଜ୍ୟ ସରକାର ଦୀର୍ଘ ୨୦ ବର୍ଷ ହେଲା ୫-ଟି କରିପାରିଲେନି । ତେବେ ଏତେ ବର୍ଷ ସରକାର କଣ କରୁଥିଲେ । ଖାଲି ଗୋଟିଏ ପତିଆରା ପାଇଁ ଟୁର, ଏହା କେବଳ ଡ୍ରାମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦେଖୁଛନ୍ତି, କିନ୍ତୁ କିଛି ଦେଖୁନାହାନ୍ତି । ମନ୍ତ୍ରୀମାନେ ସବୁ କୁଆଡେ଼ ଗଲେ କି, ଅଫିସର ବୁଲୁଛନ୍ତି ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି । ଏପରିକି ସଚିବମାନେ କଣ ସବୁ ମନ୍ତ୍ରୀଙ୍କ ଉପରେ ବୋଲି ସେ ପ୍ରଶ୍ନ କରିଛନ୍ତି । ସଚିବମାନେ ଏବେ ବୁଲୁଛନ୍ତି । ଆଗରୁ ତାହେଲେ ସଚିବମାନେ କିଛି କରୁନଥିଲେ ବୋଲି ସେ କହିଛନ୍ତି ।