ସମସ୍ତଙ୍କୁ ମିଳିବନି କରୋନା ଟିକା,ଜାଣନ୍ତୁ କାହିଁକି
ସମସ୍ତଙ୍କୁ ମିଳିବନି କରୋନା ଟିକା,ଜାଣନ୍ତୁ କାହିଁକି
admin
Dec 1, 2020 - 13:25
Updated: Dec 1, 2020 - 13:25
ନୂଆଦିଲ୍ଲୀ : କରୋନା ଟିକା ବିକଶିତ ହେବା ନେଇ ବିଭିନ୍ନ କମ୍ପାନୀ ପକ୍ଷରୁ ସୂଚନା ମିଳିବା ସହିତ ଟିକା ଲଗାଇବା ନିମନ୍ତେ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି କୋଟି କୋଟି ଲୋକ । ତେବେ ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ସମସ୍ତଙ୍କୁ ଟିକା ମିଳିବ ନାହିଁ । ସ୍ୱାସ୍ଥ୍ର ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।
ସମସ୍ତ ଜନସାଧାରଣଙ୍କୁ ଟିକା ଦେବା ନେଇ ସରକାର କେବେବି ପ୍ରତିଶ୍ରୁତି ଦେଇ ନାହାନ୍ତି ବୋଲି ଭୂଷଣ କହିଛନ୍ତି । କେବଳ ସେହି ବ୍ୟକ୍ତି ବିଶେଷଙ୍କୁ ଟିକା ଦିଆଯିବ, ଯଦ୍ୱାରା କରୋନାର ଚେନକୁ ଭଙ୍ଗା ଯାଇପାରି । ଏହା ସହିତ ଦେଶରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡର ପରୀକ୍ଷଣ ଜାରି ରଖିବା ନେଇ ମଧ୍ୟ ସୂଚନା ମିଳିଛି ।
ଏହି ପ୍ରେସମିଟରେ ଆଇସିଏମଆରର ନିଦେ୍ର୍ଧଶକ ବଳରାମ ଭାର୍ଗବ ମଧ୍ୟ ଉପସ୍ଥିତ ରହିଥିଲେ । ଭାର୍ଗବ କହିଥିଲେ କି, ସମ୍ପୂର୍ଣ୍ଣ ଦେଶବାସୀଙ୍କୁ ଟିକାକରଣ କରାଯିବା ଏଭଳି ପ୍ରତିଶ୍ରୁତି ସରକାର କେବେବି ଦେଇ ନାହାନ୍ତି । କେବଳ ଗୁରୁତର ଅସୁସ୍ଥଙ୍କୁ ଏହି ଟିକା ପ୍ରଦାନ କରାଯିବା ସହିତ କୋଭିଡ ସଂକ୍ରମଣ ଙ୍କେୁ ଭାଙ୍ଗି ଦେଶରୁ କରୋନାର ମୂଳୋପôାଟନ କରାଯାଇପାରିବ ବୋଲି ଭାର୍ଗବ ମତ ଦେଇଥିଲେ । ।
ସେହିପରି ମାନହାନି ମୋକଦ୍ଧମା ହୋଇଥିଲେ ମଧ୍ୟ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ବନ୍ଦ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ମତ ଦେଇଛନ୍ତି । ପରୀକ୍ଷଣରେ ସାମିଲ ହେବା ପୂର୍ବରୁ ସମସ୍ତ ସ୍ୱେଚ୍ଛାସେବୀ ଏକ ଫର୍ମରେ ସ୍ୱାକ୍ଷର କରିଥାନ୍ତି । ସମଗ୍ର ବିଶ୍ୱରେ ଏହି ପ୍ରଣାଳୀ ଆପଣା ଯାଇଥାଏ । ତେଣୁ କୋଭିସିଲ୍ଡର ପରୀକ୍ଷଣ ବନ୍ଦ କରାଯିବ ନାହିଁ । ସେହିପରି ଡିଜିସିଆଇ ସମସ୍ତ କ୍ଲିନିକାଲ ଟ୍ରାଏଲ ଉପରେ ନଜର ରଖିଛି ବୋଲି ଭୂଷଣ ପ୍ରକାଶ କରିଛନ୍ତି ।