ପାକ ସୀମା ଭିତରକୁ ପଶିଗଲେ ଭାରତୀୟ ଯବାନ, ଜାଣନ୍ତୁ କାହିଁକି

ପାକ ସୀମା ଭିତରକୁ ପଶିଗଲେ ଭାରତୀୟ ଯବାନ, ଜାଣନ୍ତୁ କାହିଁକି

ପାକ ସୀମା ଭିତରକୁ ପଶିଗଲେ ଭାରତୀୟ ଯବାନ, ଜାଣନ୍ତୁ କାହିଁକି
ଶ୍ରୀନଗର : କିଛି ଦିନ ପୂର୍ବରୁ ନାଗରୋଟାରେ ୪ ପାକିସ୍ତାନୀ ଆତଙ୍କବାଦୀଙ୍କ ଏନକାଉଣ୍ଟର କରିଥିଲେ । ଏହି ଆତଙ୍କୀ ମାନେ ୨୦୦ ମିଟର ଲମ୍ବ ସୁଡଙ୍ଗର ବ୍ୟବହାର କରିଥିବା ଜଣାପଡିଥିଲା । ଏହା ସହିତ ସୂଚନାକୁ ସ୍ପଷ୍ଟ କରିବା ପାଇଁ ଭାରତୀୟ ଯବାନ ମାନେ ସୁଡଙ୍ଗର ଶେଷଭାଗ ପର୍ଯ୍ୟନ୍ତ ଯାଇଥିଲେ । ଭାରତୀୟ ସେନାର ଜଣେ ଶୀର୍ଷ ସ୍ତରୀୟ ଅଧିକାରୀ ନିଜ ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଛନ୍ତି । ୨୨ ନଭେମ୍ବର ଦିନ ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ରହିଥିବା ସୀମାର ସୁଡଙ୍ଗ ଦେଇ ଆତଙ୍କୀ ମାନେ ସୀମାପାର କରିଥିଲେ । ତେବେ ୪ ଆତଙ୍କୀଙ୍କୁ ନିପାତ କରିବା ପରେ ସେମାନଙ୍କ ମୋବାଇଲରୁ ଏହି ସୁଡଙ୍ଗ ସମ୍ପର୍କରେ ଜଣା ପଡିଥିଲା । ଏହାପରେ ବିଏସଏଫ ପକ୍ଷରୁ ସୁଡଙ୍ଗଟିକୁ ବନ୍ଦ କରିଦିଆଯାଇଥିଲା । ବିଏସଏଫ ପ୍ରତିଷ୍ଠା ଦିବସରେ ଡିଜି ରାକେଶ ଅସ୍ଥାନା ଏହି ସୂଚନା ଦେଇଛନ୍ତି । ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ ଭାରତୀୟ ଯବାନ ଉକ୍ତ ସୁଡଙ୍ଗର ଆର ପଟକୁ ଯାଇଥିଲେ ।ପାକିସ୍ତାନ ପଟକୁ ସୁଡଙ୍ଗଟି ପ୍ରାୟ ୨୦୦ ମିଟର ରହିଥିବା ଜଣାପଡିଛି ।