ସହିଦ ରଘୁ ସର୍ଦ୍ଦାର

ସହିଦ ରଘୁ ସର୍ଦ୍ଦାର

ସହିଦ ରଘୁ ସର୍ଦ୍ଦାର
ଲୋକବିକାଶ ସିନେ ପ୍ରଡକ୍ସନର ପ୍ରଥମ ଅବଦାନ ଦେଶପ୍ରେମ କାହାଣୀ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’ । ଏହାର କାହାଣୀ ପରିକଳ୍ପନା ଓ ପ୍ରଯୋଜନା କରୁଛନ୍ତି ବିଶ୍ୱନାଥ ପଟ୍ଟନାୟକ । ସଂଳାପ ଲେଖିଛନ୍ତି ରଜନୀରଂଜନ, ସଙ୍ଗୀତ ସଜାଉଛନ୍ତି ବିକାଶ ଶୁକ୍କା । ସମ୍ପାଦନା କରିବେ ସୌମ୍ୟ ସୋଭନ ନାୟକ ଏବଂ ଏହି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ଭୂମିକା ନିର୍ବାହ କରୁଛନ୍ତି ପ୍ରଣୟ ଜେଠୀ । ଚିତ୍ରଟି ପାଇଁ ଚିତ୍ରନାଟ୍ୟ ପ୍ରସ୍ତୁତ କରିବା ସହ ନିର୍ଦ୍ଦେଶନାର ମଙ୍ଗ ଧରିଛନ୍ତି ରାଜୀବ ମହାନ୍ତି । ଏଥିରେ ଦେବାଶିଷ, ଲିପ୍ସା, ସନ୍ତୋଷ, କାବ୍ୟା, ପିଣ୍ଟୁନନ୍ଦ, ଅକ୍ଷୟ ବସ୍ତିଆ, ପ୍ରିୟଙ୍କା, ଟ୍ୱିଙ୍କିଲ, ବିଜୁ ବଡ଼ଜେନା, ଦେବୁ ପଟ୍ଟନାୟକ, ଚୌଧୁରୀ ବିକାଶ ଦାସ, ବାବୁ ପ୍ରଧାନ ପ୍ରମୁଖ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ । ବାଲେଶ୍ୱର ଜିଲ୍ଲାର ଏକ ମଫସଲ ଗାଁ ଲଚ୍ଛମନଖୁଣ୍ଟା । ସେଇ ଗାଁରେ ଜନ୍ମ ହେଇଥିଲେ ବାବୁ । ପାଠ ପଢ଼ିବା ଯାହା ପାଇଁ ସ୍ୱପ୍ନ ହୋଇ ରହିଗଲା । କୁନି ପିଲା ଉପରେ ପରିବାରର ବଡ଼ ବୋଝ ପଡ଼ିଲା । ବାବୁ ଯେଉଁ ବୟସରେ ସିଲଟ ଖଡ଼ି ଧରି ପାଠ ପଢ଼ିବା କଥା, ସେଇ ବୟରେ ତାର ହାତ କପଡ଼ା ଓ କଇଁଚି ଧରିଲା । ତାକୁ ପରିବାର ପ୍ରତିପୋଷଣ କରିବାକୁ ପଡ଼ିଲା । ହେଲେ ବାବୁ ହାରିଯାଇନଥିଲା । ସେଦିନର ସେଇ ବାବୁ ସମୟାନ୍ତରରେ ଦେଶର ରାଜଧାନୀ ଦିଲ୍ଲୀ ଚାଲିଯାଇଥିଲା । ଏବେ ସେଠାରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି । ଏ କାହାଣୀ ଗପ ପରି ଲାଗିଲେ ବି ସତ । ବାଲେଶ୍ୱରର ଅବଦୁଲ ଅମିନ ଖାନ୍ଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ବାବୁ ଭାଇଜାନ୍’ । ଏହା ଏକ ବାୟୋପିକ୍ । ଖ୍ୱାଜା ଗରିବ ନୱାଜ ପ୍ରଡକ୍ସନ ବ୍ୟାନର ନିର୍ମିତ ଏଇ ଫିଲ୍ମର ନାୟକ ସାଜିଛନ୍ତି ଅରିନ୍ଦମ ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଶିବାନୀ । ନିକଟରେ ଏଇ ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଯାଇଛି । ଏଥିରେ ଶ୍ରୀତମ, ବବି ମିଶ୍ର, ପୁଷ୍ପା ପଣ୍ଡା, ସୋମା ହୋତା, ବିଦୁସ୍ମିତା, ସୁରେଶ ମିଶ୍ର ପ୍ରମୁଖଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ସନ୍ତୋଷ ନାରାୟଣ ‘ବାବୁ ଭାଇଜାନ୍’ ଚିତ୍ରର କାହାଣୀ ପରିକଳ୍ପନା ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିବା ସହ ନିଜେ ମଧ୍ୟ ପ୍ରଯୋଜନା କରୁଛନ୍ତି । ସନ୍ତୋଷ, ଦେବୀଦତ୍ତ ଓ ସଞ୍ଜୟ ସଂଳାପ ଲେଖିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ, ସଙ୍ଗୀତ ସଜାଇଛନ୍ତି ମଳୟ ମିଶ୍ର ଏବଂ କୋରିଓଗ୍ରାଫି କରୁଛନ୍ତି ଗିରିଶ ମହାନ୍ତି ।