ସାମ୍ନା କରିବାକୁ ସଜାଗ ଅଛୁ:ନବ ଦାସ
ସାମ୍ନା କରିବାକୁ ସଜାଗ ଅଛୁ:ନବ ଦାସ
admin
Dec 26, 2020 - 09:30
Updated: Dec 26, 2020 - 09:30
ଭୁବନେଶ୍ୱର: ବ୍ରିଟେନ ଷ୍ଟ୍ରେନ ସମ୍ପର୍କରେ ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି । ବ୍ରିଟେନ ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି କରାଯିବା ସହ ଆମେ ସଜାଗ ଅଛୁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଅନ୍ୟପକ୍ଷରେ କରୋନା ଭୂତାଣୁ ପୂର୍ବରୁ ଅନେକ ଥର ମ୍ୟୁଟେଟ୍ ଅର୍ଥାତ ରୂପ ବଦଳାଇ ସାରିଛି। ମାସକୁ ଏହି ଭୂତାଣୁ ପ୍ରାୟ ୨ ଥର ରୂପ ବଦଳାଉଛି ବୋଲି ଦିଲ୍ଲୀ ଏମ୍ସ୍ ନିର୍ଦେଶକ ତଥା କୋଭିଡ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସ ସଦସ୍ୟ ଡା. ରଣଦୀପ ଗୁଲେରିଆ କହିଛନ୍ତି। ତେଣୁ ନୂଆ ଷ୍ଟ୍ରେନ୍କୁ ନେଇ ଅନାବଶ୍ୟକ ଭାବେ ଚିନ୍ତା କରିବା ଜରୁରୀ ନାହିଁ।
ଡା. ଗୁଲେରିଆ କହିଛନ୍ତି, ମ୍ୟୁଟେଶନର ଲକ୍ଷଣ ଏବଂ ଚିକିତ୍ସା ରଣନୀତିରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନର ତଥ୍ୟ ଅନୁସାରେ, ଯେଉଁ ଟିକାକୁ ଜରୁରିକାଳୀନ ବ୍ୟବହାର ଲାଗି ଅନୁମୋଦନ କରାଯାଉଛି ତାହା ବ୍ରିଟେନର ନୂଆ ଷ୍ଟ୍ରେନ ଉପରେ ବି ପ୍ରଭାବଶାଳୀ ହେବ। ଆଗାମୀ ୬ରୁ ୮ ସପ୍ତାହର କରୋନା ଭୂତାଣୁ ସହିତ ଲଢ଼ିବା ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସମୟ। କାରଣ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟୁଛି। ନୂଆ ଷ୍ଟ୍ରେନ ପୂର୍ବ ତୁଳନାରେ ଯଦିଓ ଅଧିକ ବିପଜ୍ଜନକ, କିନ୍ତୁ ଏଥିପାଇଁ ହସ୍ପିଟାଲରେ ଅଧିକ ସଂଖ୍ୟକ ରୋଗୀ ଭର୍ତ୍ତି ହେବାର ଆବଶ୍ୟକ ନାହିଁ କିମ୍ବା ଏହି ଷ୍ଟ୍ରେନ ଯୋଗୁ ଅଧିକ ରୋଗୀଙ୍କ ମୃତ୍ୟୁ ହେବ ନାହିଁ।