ସୀମାନ୍ତରୁ ଭାରତୀୟ ସେନା ଅପସାରଣ ଦାବି ଉଠାଇଲା ଚୀନ

ସୀମାନ୍ତରୁ ଭାରତୀୟ ସେନା ଅପସାରଣ ଦାବି ଉଠାଇଲା ଚୀନ

ସୀମାନ୍ତରୁ ଭାରତୀୟ ସେନା ଅପସାରଣ ଦାବି ଉଠାଇଲା ଚୀନ
ନୂଆଦିଲ୍ଳୀ : ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହାତାହାତି ଖବର ଆସିବା ପରେ ଭାରତୀୟ ସେନା ଅପସାରଣ ଦାବି ଉଠାଇଛି ଚୀନ । ଚୀନ ସୈନ୍ୟଙ୍କ ପକ୍ଷରୁ ସ୍ଥାନ ପରିବର୍ତ୍ତନର ଚେଷ୍ଟା କରାଯାଉଥିବା ବେଳେ ଭାରତୀୟ ଯବାନ ଏହାର କଡା ଜବାବ ଦେଇଥିଲେ । ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ପରେ ଚୀନ ସେନା ଛତ୍ରଭଙ୍ଗ ଦେଇଥିଲେ । ତେବେ ଗତକାଲିର ଘଟଣା ପରେ ଭାରତୀୟ ସେନା ପଛକୁ ଫେରନ୍ତୁ ବୋଲି ଚୀନ୍ ସେନା ମୁଖପାତ୍ର ଦାବି କରିଛନ୍ତି । ଭାରତୀୟ ସେନା ପକ୍ଷରୁ ଚୀନ ଅନୁପ୍ରବେଶ କରିଛି ବୋଲି କୁହଯାଉଥିବା ବେଳେ ଚୀନ୍ ନିଜ ସୀମାରେ ରହିଥିବା ଦାବି କରୁଛି । ଉଭୟ ରାଷ୍ଟ୍ର ମଧ୍ୟରେ ସୀମା ବିବାଦକୁ ନେଇ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିିଥିବା ବେଳେ ଏପରି ଘଟଣା ଆଲୋଚନାକୁ ଦୁର୍ବଳ କରିପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।