ସେନସେକ୍ସ ରେକର୍ଡ

ସେନସେକ୍ସ ରେକର୍ଡ

ସେନସେକ୍ସ ରେକର୍ଡ


ମୁମ୍ବାଇ: ୧୯୯୦ ଜୁଲାଇରେ ଭାରତୀୟ ଇକ୍ୱିଟି ବଜାର ୧୦୦୦ ପଏଣ୍ଟ ଛୁଇଁଥିଲା । ୩୧ ବର୍ଷ ମଧ୍ୟରେ ବଜାରରେ ଅନେକ ସଂଶୋଧନ ଆସିଛି । ଏହା ୬୦ ହଜାର ରେକର୍ଡ ସ୍ତରରେ ପହଞ୍ଚିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପାଇଁ ଏହା ଐତିହାସିକ ଯାତ୍ରା ରହିଛି । ୮ ମାସରେ ନିବେଶକ ୬୫ ଲକ୍ଷ କୋଟି ଟଙ୍କା ଯୋଡ଼ିଛନ୍ତି । ସପ୍ତାହର ଶେଷ ଦିନ ଅର୍ଥାତ ଶୁକ୍ରବାର ବଜାରରେ କାରବାର ଆରମ୍ଭରୁ ଉତ୍ସାହ ଦେଖାଦେଇଥିଲା । ବଜାର ଖୋଲିବା ମାତ୍ରେ ସେନସେକ୍ସ ୬୦ ହଜାର ପଏଣ୍ଟ ଛୁଇଁଥିଲା । କାରବାର ମଧ୍ୟରେ ସେନସେକ୍ସ ୬୦,୩୩୩ ଏବଂ ନିଫଟି ୧୭,୯୪୭ ସ୍ତର ଛୁଇଁଲା ଏବଂ କାରବାର ଶେଷରେ ସେନସେକ୍ସ ୧୬୩ ପଏଣ୍ଟ ଚଢ଼ି ୬୦,୦୪୮ ଏବଂ ନିଫଟି ୩୦ ପଏଣ୍ଟ ବଢ଼ି ୧୭,୮୫୩ ପଏଣ୍ଟରେ ବନ୍ଦ ରହିଛି । ବିଏସଇରେ ଏସିଆନ ପେଣ୍ଟସ, ଆଇସର ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଚସିଏଲ ଟେକ୍ନୋଲୋଜିଜ ଏବଂ ଏଚଡିଏଫସି ବ୍ୟାଙ୍କର ସେୟାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ଟାଟା ଷ୍ଟିଲ, ଜେଏସଡବ୍ଲୁ୍ୟ ଷ୍ଟିଲ, ଏସବିଆଇ ଏବଂ ଏକ୍ସିସ ବ୍ୟାଙ୍କ ଆଦିର ସେୟାର ମୂଲ୍ୟ ହ୍ରାସ ପାଇଛି ।