ସ୍ୱାଧୀନତା ଦିବସ ପାଇଁ ବଦଳିବ ବ୍ୟବସ୍ଥା
ସ୍ୱାଧୀନତା ଦିବସ ପାଇଁ ବଦଳିବ ବ୍ୟବସ୍ଥା
admin
Aug 14, 2020 - 09:20
Updated: Aug 14, 2020 - 09:20
ଚଳିତ ଥର କରୋନା ସଂକ୍ରମଣ ପରି ମହାମାରୀ ସମୟରେ ସ୍ୱାଧୀନତା ଦିବସ ପାରମ୍ପରିକ ଭାବେ ପାଳିତ ହେବାର ବ୍ୟବସ୍ଥା କରାଯାଇଛି । ତେବେ ସଂକ୍ରମଣରୁ ସୁରକ୍ଷିତ ରହିବାକୁ ଦିଆଯାଇ ଆୟୋଜନରେ ବହୁ ପରିବର୍ତ୍ତନ କରାଯାଇଛି ।
ଲାଲକିଲ୍ଲାରେ ପ୍ରଲୋପ: ପ୍ରଧାନମନ୍ତ୍ରୀ ଏବଂ ନିମନ୍ତ୍ରିତ ପ୍ରାୟ ୧୫୦ ଅତିଥିଙ୍କ ସୁରକ୍ଷା ଲାଗି ଲାଲକିଲାର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପ୍ରଲେପ ଦିଆଯାଉଛି । ଜାଣତ ବା ଅଜାଣତରେ ସେମାନେ ଏହି ସ୍ଥାନ ଗୁଡ଼ିକୁ ଛୁଇଁବାର ସମ୍ଭାବନା ରହିଥିବାରୁ ଏପରି କରାଯାଉଛି । ଲାଲକିଲ୍ଲାର ପ୍ରାଚୀରଠାରୁ ମଞ୍ଚ ଏବଂ ରେଲିଂଗୁଡ଼ିକରେ ଦିଆଯାଇଥିବା ଏହି ବିଶେଷ ପ୍ରଲେପ ପାଞ୍ଚରୁ ସାତ ଦିନ ଯାଏ ସେଠାରେ କରୋନା ଭୂତାଣୁ ସୃଷ୍ଟି ହେବାକୁ ଦେବ ନାହିଁ ।
ଆସିବେନି ପିଲା: ଲାଲକିଲ୍ଲାରେ ଆୟୋଜିତ ସ୍ୱାଧୀନତା ସମାରୋହରେ ଚଳିତ ବର୍ଷ ପିଲାମାନଙ୍କୁ ସାମିଲ କରାଯାଉନାହିଁ । ପ୍ରତିବର୍ଷ ସେମାନେ ତି୍ରରଙ୍ଗା ରଙ୍ଗର ପୋଷାକ ପିନ୍ଧି ଖୁବ ସୁନ୍ଦର ପରିବେଶ ସୃଷ୍ଟି କରିଥାନ୍ତି । ଏଥର ଥର୍ମୋକୁଲରେ ପିଲାମାନଙ୍କର ପ୍ରତୀକ ତିଆରି କରାଯାଇଛି ।
ସାମିଲ ହେବେ କରୋନା ଯୋଦ୍ଧା: ଚଳିତ ଥର ସ୍ୱାଧୀନତା ଦିବସ ସମାରୋହରେ ଚଳିତ ବର୍ଷ ପିଲାମାନଙ୍କୁ ସାମିଲ କରାଯାଉନାହିଁ । ପ୍ରତିବର୍ଷ ସେମାନେ ତି୍ରରଙ୍ଗା ରଙ୍ଗର ପୋଷାକ ପିନ୍ଧି ଖୁବ ସୁନ୍ଦର ପରିବେଶ ସୃଷ୍ଟି କରିଥାନ୍ତି । ଏଥର ଥର୍ମୋକୁଲରେ ପିଲାମାନଙ୍କର ପ୍ରତୀକ ତିଆରି କରାଯାଇଛି ।
ସାମିଲ ହେବେ କରୋନା ଯୋଦ୍ଧା: ଚଳିତ ଥର ସ୍ୱାଧୀନତା ଦିବସ ସମାରୋହରେ କରୋନା ଯୋଦ୍ଧାମାନଙ୍କୁ ବିଶେଷ ଭାବେ ସାମିଲ କରାଯାଇଛି । ଦିଲ୍ଲୀ ପୁଲିସର ୨୦୦ ଯବାନଙ୍କ ସହ ପାରାମିଲିଟାରୀ ଫୋର୍ସର ଯବାନ ଏଥିରେ ସାମିଲ ହେବେ । ଏମାନଙ୍କ ସଂଖ୍ୟା ପ୍ରାୟ ଦେଢ଼ ହଜାର ହେବ ବୋଲି ଜଣାଯାଇଛି । ଏହା ବ୍ୟତୀତ କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ ବି ନିମନ୍ତ୍ରଣ କରାଯାଇଛି ।
ପିପିଇ କିଟରେ ଯବାନ: ମେଟାଲ ଡିଟେକ୍ଟର ପାଖରେ ନିୟୋଜିତ ଯବାନ ଏଥର ପିପିଇ କିଟରେ ଦେଖିବାକୁ ମିଳିବେ । ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ହାତ ସଫା କରିବା ଲାଗି ସାନିଟାଇଜର ରଖାଯାଇଛି । ବସିବା ପାଇଁ ଅଲଗା ବ୍ୟବସ୍ଥା କରାଯିବା ସହ ୬ ଫୁଟ ଦୂରତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି ।
ୱେବକାଷ୍ଟିଙ୍ଗ: ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କ ଉପସ୍ଥିତି କମ ରଖିବା ଲାଗି ସମ୍ପୂର୍ଣ୍ଣ ସମାରୋହର ୱେବକାଷ୍ଟିଙ୍ଗ କରାଯିବ । ଏପରିକି ସେନା ତଥା ପୁଲିସର ବ୍ୟାଣ୍ଡ ବଦଳରେ ସେମାନଙ୍କର ରେକର୍ଡ କରାଯାଇଥିବା ଭିଡିଓ ଲାଲକିଲ୍ଲାରେ ବଡ଼ ଏଲଇଡି ସ୍କି୍ରନରେ ପ୍ରଦର୍ଶିତ ହେବ ବୋଲି କୁହାଯାଇଛି ।
ମାସ୍କ ଏବଂ ଆରୋଗ୍ୟ ସେତୁ: ଲାଲକିଲ୍ଲାରେ ସମାରୋହକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମାସ୍କ ଏବଂ ସେମାନଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ରହିଥିବା ବାଧ୍ୟତାମୂଳକ କରାଯାଇଛି । ଆପରେ ସବୁଜ ସଙ୍କେତ ଦେଖି ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ ।
ଆତ୍ମନିର୍ଭର ଭାରତ: ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହ ଆତ୍ମନିର୍ଭର ଭାରତ ପ୍ରସଙ୍ଗକୁ ଆଧାର କରି ହେବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
କ୍ୱାରେଣ୍ଟାଇନରେ ଯବାନ: ସମାରୋହରେ ଗାର୍ଡ ଅଫ ଅନର ଦେବାକୁ ଥିବା ରିଜର୍ଭ ପୁଲିସ ଫୋର୍ସର ୩୦୦ ଯବାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନେ କୋଭିଡ-୧୯ ଟେଷ୍ଟ ହେବା ପରେ ସମାରୋହର ୧୫ ଦିନ ପୂର୍ବରୁ କ୍ୱାରେଣ୍ଟାଇନରେ ରହିଛନ୍ତି । ପୁଲିସ କମ୍ପ୍ଲେକ୍ସରେ ସମସ୍ତ ଜରୁରୀ ନିୟମ ମଧ୍ୟରେ ସେମାନଙ୍କୁ ରଖାଯାଇଛି । ସେମାନେ କୋଭିଡ-୧୯ ଟେଷ୍ଟ ହେବା ପରେ ସମାରୋହରେ ୧୫ ଦିନ ପୂର୍ବରୁ କ୍ୱାରେଣ୍ଟାଇନରେ ରହିଛନ୍ତି । ପୁଲିସ କମ୍ପ୍ଲେକ୍ସରେ ସମସ୍ତ ଜରୁରୀ ନିୟମ ମଧ୍ୟରେ ସେମାନଙ୍କୁ ରଖାଯାଇଛି ।