ଆରମ୍ଭ ହେବ ‘ଓଡ଼ିଶା ବିଜୁଳି ସଂଯୋଗ’ୱେବ ପୋର୍ଟାଲ
ଆରମ୍ଭ ହେବ ‘ଓଡ଼ିଶା ବିଜୁଳି ସଂଯୋଗ’ୱେବ ପୋର୍ଟାଲ
admin
Aug 14, 2020 - 09:15
Updated: Aug 14, 2020 - 09:15
ଭୁବନେଶ୍ୱର: ଏଣିକି ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ଉପଭୋକ୍ତାଙ୍କୁ ମିଳିବ ନୂତନ ବିଜୁଳି ସଂଯୋଗ । ଖାଲି ବିଜୁଳି ସଂଯୋଗ କାହିଁକି ଆଗକୁ ବିଲ ପଇଠ, ଅଭିଯୋଗ ସମାଧାନ ଭଳି କାର୍ଯ୍ୟ ଅଧିକ ସହଜ ହେବ । କାରଣ ‘ଓଡ଼ିଶା ବିଜୁଳି ସଂଯୋଗ’ ନାମରେ ଏକ ୱେବ ପୋର୍ଟାଲ ଆରମ୍ଭ ହେବାକୁ ଯାଉଛି । ଏହି ୱେବ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବୋଲି ଶକ୍ତି ବିଭାଗରେ ୫ଟି ଏବଂ ମୋ ସରକାର କାର୍ଯ୍ୟକାରୀ ନେଇ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ଅବସରରେ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳା କହିଛନ୍ତି । ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ଏହି ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ‘ଓଡ଼ିଶା ବିଜୁଳି ସଂଯୋଗ’ ୱେବ ପୋର୍ଟାଲ ଆରମ୍ଭ କରାଯିବା ଦ୍ୱାରା ଉପଭୋକ୍ତାଙ୍କୁ ଆଉ ବିଜୁଳି କର୍ମଚାରୀଙ୍କ ନିକଟକୁ ଯିବାକୁ ପଡିବନି । ଏଥିଯୋଗୁଁ ନଥିପତ୍ର କାମ ହ୍ରାସ ହେବା ସହ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ଆସିବ ଓ ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରିବ । ଏଣିକି ଘରୋଇ, ନିର୍ଦ୍ଧାରିତ ସାଧାରଣ ବ୍ୟବହାର, ଜଳସେଚନ, ଚାଷ ପାଇଁ ପମ୍ପ ଚଳାଇବା ଆଦି କାର୍ଯ୍ୟ ନିମନ୍ତେ ୫ କିଲୋୱାଟ ମଧ୍ୟରେ ଆବଶ୍ୟକ ବିଜୁଳି ସଂଯୋଗ ଉପଭୋକ୍ତା ୪୮ ଘଣ୍ଟା ମଧ୍ୟରେ ପାଇପାରିବେ । ଲୋକେ ବିଦୁ୍ୟତ ଦେୟ ଅନଲାଇନରେ ପଇଠ କରି ରିଆତି ପାଇପାରିବେ । ଆହୁରି ମଧ୍ୟ ଏହି ପୋର୍ଟାଲ ଜରିଆରେ ଯେକୌଣସି ବିଦୁ୍ୟତ ସେବା ଜନିତ ଅଭିଯୋଗ କରି ତା’ର ତ୍ୱରିତ ସମାଧାନ କରାଯାଇପାରିବ ।