ସ୍ୱାମୀକୁ ଛୁରା ମାଡ କଲା ସ୍ତ୍ରୀ

ସ୍ୱାମୀକୁ ଛୁରା ମାଡ କଲା ସ୍ତ୍ରୀ

ସ୍ୱାମୀକୁ ଛୁରା ମାଡ କଲା ସ୍ତ୍ରୀ
ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଉପରେ ବହୁତ ଜୋରରେ ରାଗି ଛୁରା ମାଡ କରିଥିଲେ । ଇଣ୍ଡିଆ ଟାଇମସ୍ ଅନୁସାରେ, ଏହି ମହିଳାଙ୍କ ନାମ ଲିଓନୋରା ଏନ ବୋଲି ଜଣାପଡ଼ିଛି । ସେ ତାଙ୍କ ସ୍ୱାମୀଙ୍କ ଫୋନରେ ଏକ ଫଟୋ ଦେଖି ହଠାତ୍ ରାଗିଯାଇଥିଲେ । କ’ଣ ଥିଲା ଏହି ଫଟୋରେ ? ପତ୍ନୀ ଜଣଙ୍କ ତାଙ୍କ ସ୍ୱାମୀଙ୍କ ମୋବାଇଲରେ ଅନ୍ୟ ଏକ ମହିଳାଙ୍କ ଫଟୋ ଦେଖିଥିଲେ । କିନ୍ତୁ ଉକ୍ତ ଫଟୋଟିରେ ତାଙ୍କ ସ୍ୱାମୀ ସେହି ମହିଳାଙ୍କ ସହିତ ଥିଲେ । ମହିଳା ଜଣଙ୍କ ଭାବିଲେ କି ଫଟୋରେ ଥିବା ମହିଳା ଆଉ କିଏ ବୋଲି ? କିନ୍ତୁ ସେହି ଫଟୋଟି ତାଙ୍କ ଦୁଇ ଜଣଙ୍କର ଥିଲା ଓ ଫଟୋଟି ବହୁତ ପୁରୁଣା ଥିଲା । ଯେତେବେଳେ ସେମାନେ ଡେଟ କରୁଥିଲେ ସେତେବେଳେ ସେମାନେ ଏହି ଫଟୋଟି ଉଠାଇଥିଲେ । ମହିଳାଙ୍କ ସ୍ୱାମୀ ଜୁଆନ ରାଗି ଯାଇ ସ୍ତ୍ରୀଙ୍କ ଠାରୁ ଛୁରୀ ନେଇ ପଚାରିଲେ ତୁମେ କେଉଁ ଫଟୋ କଥା କହୁଥିଲ ? କୋଳାହୋଳ ଯୋଗୁଁ ପାଖ ପଡୋଶୀ ମଧ୍ୟ ଆସିଯାଇଥିଲେ । ଜୁଆନ ତାଙ୍କ ସ୍ତ୍ରୀଙ୍କୁ ବୁଝାଇଲେ ଯେ, ବାସ୍ତବରେ ଏହି ଫୋଟଟି ତାଙ୍କ ଦୁଇ ଜଣଙ୍କର ଯେତେବେଳେ ସେମାନେ ଡେଟିଂ କରୁଥିଲେ । ଏହି ଛୁରା ମାଡରେ ସ୍ୱାମୀଙ୍କର ଜଖମ ମଧ୍ୟ ହୋଇଯାଇଥିଲା । ପରେ ତାଙ୍କୁ ଡାକ୍ତରଖାନା ନିଆଗଲା । ଘର ଭିତରେ ପାଟିତୁଣ୍ଡ ଶୁଣି ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ ପରେ ପୁଲିସ ସ୍ତ୍ରୀ ଜଣଙ୍କୁ ଗିରଫ କରିନେଲେ ।