ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କଲେ ମୋଦି
ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କଲେ ମୋଦି
admin
Oct 11, 2020 - 07:14
Updated: Oct 11, 2020 - 07:14
ନୂଆଦିଲ୍ଲୀ ସ୍ୱାମୀତ୍ୱ ଯୋଜନା ଆରମ୍ଭ ହେବା ପରେ ପାଖା ପାଖି ୧ ଲକ୍ଷ ଲୋକଙ୍କୁ ସଂପତି କାର୍ଡ ବଣ୍ଟନ କରାଯିବ । ଏହି କାର୍ଡ ମୋବାଇଲଫୋନ ଯୋଗେ ମେସେଜ ଜରିଆରେ ଦିଆଯାଇଥିବା ଲିଙ୍କ୍କୁ ଡାଉନଲୋଡ କରି ଆପଣ ମାନେ ପାଇ ପାରିବେ । ପଂଚାୟତିରାଜ ମନ୍ତ୍ର୍ଣାଳୟ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଯୋଜନାର ଲାଭ ୬ ଟି ରାଜ୍ୟର ୭୬୩ ଟି ପଂଚାୟତର ୧ ଲକ୍ଷ ଲୋକ ପାଇପାରିବେ । ଏହା ମଧ୍ୟରେ ରହିଛି ଉତ୍ତରପ୍ରଦେଶର ୩୪୬ ପଂଚାୟତ, ହରିଆଣାର ୨୨୧ ପଞ୍ଚାୟତ, ମହାରାଷ୍ଟ୍ରର ୧୦୦ ପଞ୍ଚାୟତ, ମଧ୍ୟପ୍ରଦେଶର ୪୪ ପଞ୍ଚାୟତ, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ୨ ଟି ପଂଚାୟତ ସାମିଲ ଅଛି । ଏହି ଯୋଜନାର ଶୁଭାରମ୍ଭ କରିସାରିବା ପରେ ପ୍ରଧାନମନ୍ତ୍ରୀ ଜଣେ ହିତାଧିକାରୀଙ୍କ ସହ କଥା ହୋଇ କହିଥିଲେ କି ଏବେ ଆପଣଙ୍କ ସଂପତି ଉପରେ କେହି ନଜର ପକାଇ ପାରିବେ ନାହିଁ । ଏହା ପରେ ଏହି କାର୍ଡ ପାଇଥିବା ଜଣେ ହିତାଧିକାରୀ କହିଛନ୍ତି କି ସଂପତି କାର୍ଡ ମିିଳିବା ପରେ ମୋତେ ସାମାଜିକ ଓ ଆର୍ଥିକ ମଜଭୁତି ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ହିତାଧିକାରୀ ଜଣକ କହିଛନ୍ତି କି ଏହି କାର୍ଡ ମିଳିବା ପରେ ମୋତେ ଏବେ ବ୍ୟାଙ୍କରୁ ଋଣ ମିଳିବା ସହଜ ହୋଇଯିବ । ଏହା ସହ ସଂପତିକୁ ନେଇ ଗାଁରେ ଚାଲିଥିବା ଝଗଡା ବି ସମାପ୍ତ ହୋଇଯିବ ।