ହଜାରେରୁ ଅଧିକ ଷ୍ଟଲ୍ ପଡିବ, ସମୁଦ୍ର ଥଣ୍ଡା ପବନ ସାଙ୍ଗକୁ ଜମିବ କିଣାକିଣି, ଖାଇବା ବୁଲିବା
ବନ୍ଦର ନଗରୀ ପାରାଦ୍ୱୀପର ଅନ୍ୟତମ ପ୍ରସିଦ୍ଧ ମେଳା କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପଯ୍ୟାୟରେ । ଏହି ବନ୍ଦର ନଗରୀ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିବାର କାଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଆୟୋଜନ କମିଟି ଆଖିକୁ ନିଦ ନାହିଁ । ଦିନରାତି ଏକ କରି ପ୍ରସ୍ତୁତିରେ ବ୍ୟସ୍ତ ଅଛି ପ୍ରଶାସନ ଓ କାରିଗର । ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରିବା ସହ ସୁରକ୍ଷା ବ୍ୟବସ୍ଥା ଓ ଆୟୋଜନର ସ୍ଥିତି ଯାଂଚ କରିଛନ୍ତି ଜଗତସିଂପୁର ଜିଲ୍ଲାପାଳ । ଏ ନେଇ ଜିଲ୍ଲା ପ୍ରଶାସନ, ପୋଲିସ, ବନ୍ଦର ପ୍ରାଧିକରଣ ଓ ପୌର ପ୍ରଶାସନ ଅଧିକାରୀମାନେ ତତ୍ପର ରହିଛନ୍ତି ।
ସେପଟେ କଳିଙ୍ଗ ବାଲିଯାତ୍ରା ପାଇଁ ପାରାଦୀପ ବେଳାଭୂମି ସମ୍ପୂର୍ଣ ସଜେଇ ହେବାରେ ଲାଗିଛି କ୍ଷ ଏହି କଳିଙ୍ଗ ବାଲିଯାତ୍ରାରେ ପୁର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁନ୍ୟ ଏକ ହଜାରରୁ ଅଧିକ ଷ୍ଟଲ୍ ତିଆରି କରାଯାଇଥିବା ଜଣା ଯାଇଛି କ୍ଷ ପ୍ରତିବର୍ଷ ଭଳି ବଣିଜ ସହ ସଂସ୍କୃତିକ କାଯ୍ୟକ୍ରମ ଓ ମନୋରଂଜନକୁ ଗୁରୁତ୍ୱ ଦେଇଛି ପ୍ରଶାସନ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଅଂଶଗ୍ରହଣକାରୀ ଭାଗ ନେବାର ଯୋଜନା ରହିଛି । ସେହିପରି ବଡ ବଡ ହୋଟଲ ବି ଏଠାରେ ନିଜର ଖାଦ୍ୟ ପସରା ଖୋଲିବେ । କଳିଙ୍ଗ ବାଲିଯାତ୍ରା କମିଟିର ମୁଖ୍ୟ ଜିଲ୍ଲାପାଳ ଥିବା ବେଳେ ତାଙ୍କ ନେତୃତ୍ବରେ ତଦାରଖ କାର୍ୟ୍ୟ ଚାଲୁ ରହିଛି ।