ପିପିଲି ସିଡିପିଓ କାର୍ଯ୍ୟାଳୟ ଘେରାଉ
ପିପିଲି ସିଡିପିଓ କାର୍ୟ୍ୟାଳୟ ଘେରାଉ କଲେ ମହିଳା। ଏନେଇ ସିଡିପିଓ କାର୍ୟ୍ୟାଳୟରେ ରାଜନୈତିକ ଉତ୍ତେଜନା ଦେଖା ଦେଇଥିଲା । ଏକାଧିକ ମହିଳା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡ କରିଥିବା ଅଭିଯୋଗ କରି ସିଡିପିଓଙ୍କୁ ଘେରିଥିଲେ । ପିପିଲି ବ୍ଳକ ନୂଆଶାସନ ପଂଚାୟତ ମହିଳା ମହାସଂଘର ୨୨ଜଣ ଇସି ମେମ୍ବରଙ୍କ ଦରମା ହୋଲଡ଼ ହୋଇଥିବା ଜାଣିବା ପରେ ପୂର୍ବାହ୍ନରୁ ରାତି ଏଗାରଟା ପର୍ୟ୍ୟନ୍ତ ସିଡିପିଓଙ୍କ କାର୍ୟ୍ୟାଳୟରେ ଧାରଣରେ ବସିଥିଲେ । ଖବର ପାଇ ପିପିଲି ଏସଡିପିଓ ଘଟଣା ସ୍ଥଳରେ ପହଁଚି ମହିଳାମାନଙ୍କୁ ବୁଝାସୁଝା କରିବା ପରେ ଉତେଜନା କମିଥିଲା । ଦଶ ମାସର ଦରମା ମିଳି ନଥିବା ବେଳେ ଇସି ମେମ୍ବରଙ୍କ ଦରମା ହୋଲଡ଼କୁ ଉତ୍ତେଜନା ପ୍ରକାଶ ପାଇଥିଲା । ସେପଟେ ରାଜନୈତିକ ଚାପରେ ସିଡିପିଓ ଏଭଳି ପଦକ୍ଷେପ ନେଇ ଥିବା ଇସି ମେମ୍ବର କହିଥିବା ବେଳେ ଏ ନେଇ ସିଡିପିଓ କୌଣସି ପ୍ରତିକ୍ରିୟା ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏହା ଉପରେ ଦୃଷ୍ଟି ଦେଇ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ଇସି ମେମ୍ବର । ପୁରୀ ଜିଲ୍ଲା ପିପିଲି ରୁ ପ୍ରଶାନ୍ତ ଦୀକ୍ଷିତ ଙ୍କ ରିପୋର୍ଟ