ଓଡି ପେଡିକନ ୨୦୨୪ ଉଦଘାଟନ    

ଓଡି ପେଡିକନ ୨୦୨୪ ଉଦଘାଟନ      

ଉଦଘାଟିତ ହୋଇ ଯାଇଅଛି ଓଡି ପେଡିକନ ୨୦୨୪। ଏସସିବି ମେଡିକାଲର ନ୍ୟୁ ଅଡିଟୋରିୟମରେ ଏକାଡେମୀ ଅଫ ପେଡ଼ିଆଟ୍ରିକ୍ କଟକ ଜିଲ୍ଲା ଶାଖା ଏବଂ ଶିଶୁରୋଗ ବିଭାଗ, ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲର ମିଳିତ ସହଯୋଗରେ ନଭେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଆଇ.ଏ.ପି.ର ୪୪ତମ ପ୍ରାଦେଶିକ ସମ୍ମିଳନୀ । ସମ୍ମିଳନୀରେ  ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ଡାକ୍ତର ମାନସ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଡିଏମଟି ସନ୍ତୋଷ ମିଶ୍ର ,ଆଡିସନାଲ ଡିଏମ ଇଟି ଡାକ୍ତର ବ୍ରଜ କିଶୋର ଦାସ,ଓଡ଼ିଶା ପେଡିକନ-୨୦୨୪ର ଆୟୋଜନ କମିଟିର ମୁଖ୍ୟ ତଥା ଶିଶୁଭବନ ର ଅଧୀକ୍ଷକ ପ୍ରଫେସର(ଡ଼ା.) ପ୍ରଭାକର ମିଶ୍ର, ସମ୍ପାଦିକା, ତଥା ପେଡିଆଟ୍ରିକ ବିଭାଗର ମୁଖ୍ୟ ପ୍ରଫେସର(ଡ଼ା.) ଗୀତାଞ୍ଜଳି ସେଠୀ, କେନ୍ଦ୍ରୀୟ ଆଇ.ଏ.ପି.ର ଇଲୋକ୍ଟ୍ରୋରାଲ ବଡି ମେମ୍ବର  ପ୍ରଫେସର(ଡ଼ା.) ସୁନୀଲ କୁମାର ଅଗର୍ୱାଲା, ଏ.ଓ.ପି. କଟକ ଶାଖାର ସମ୍ପାଦିକା, ପ୍ରଫେସର(ଡ଼ା.) ସ୍ୱରୂପା ପଣ୍ଡା ତଥା କୋଷାଧକ୍ଷ ସହକାରୀ ପ୍ରଫେସର (ଡ଼ା)ଜ୍ୟୋତିରଞ୍ଜନ ଶତପଥୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଥିଲେ।ସମ୍ମିଳନୀରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରଯାଇଥିଲା। ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ୫୦୦ରୁ ଅଧିକ ଡାକ୍ତର ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ ସେବାରେ ବୈପ୍ଲବିକ ପରିବର୍ତନ ପାଇଁ ସ୍ବାସ୍ଥ୍ୟ ୟୁନିଭରସଟି ବ୍ୟାପକ ସଂସ୍କାର ଆଣିବାକୁ ଯାଉଥିବା କହିଛନ୍ତି କୁଳପତି।