୧୬ କୋଟି ଟଙ୍କାର ଟ୍ରେନ ଟିକଟ ବିକ୍ରି

୧୬ କୋଟି ଟଙ୍କାର ଟ୍ରେନ ଟିକଟ ବିକ୍ରି

୧୬ କୋଟି ଟଙ୍କାର ଟ୍ରେନ ଟିକଟ ବିକ୍ରି
ନୂଆଦିଲ୍ଲୀ: ସ୍ୱତନ୍ତ୍ର ଟ୍ରେନରେ ଆସନ୍ତା ସପ୍ତାହକ ଭିତରେ ୮୨ ହଜାରରୁ ଅଧିକ ଲୋକ ଯାତ୍ରା କରିପାରିବେ । ସେଥିପାଇଁ ରେଳବାଇ ପକ୍ଷରୁ ୧୬ କୋଟି ଟଙ୍କାର ଟିକଟ ବିକ୍ରି କରାଯାଇଛି । ସୋମବାର ସନ୍ଧ୍ୟା ୬ଟାରୁ ବୁକିଙ୍ଗ ଆରମ୍ଭ ହୋଇଥିଲା । ଆସନ୍ତା ସାତ ଦିନ ଲାଗି ୧୬.୧୫ କୋଟି ଟଙ୍କାର ୪୫.୫୩୩ ଟିକଟ ବୁକିଙ୍ଗ ହୋଇଛି । ସେହି ଟିକଟଗୁଡ଼ିକରେ ୮୨,୩୧୭ ଯାତ୍ରୀ ଯାତ୍ରା କରିବେ । ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ୧୫ଟି ଯାତ୍ରୀମାନଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବ । ଟ୍ରେନ ସମୟର ୯୦ ମିନିଟ ପୂର୍ବରୁ ଷ୍ଟେସନରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା, ନିଜ ସହିତ ଖାଦ୍ୟ ଏବଂ ବେଡସିଟ ଆଦି ସାମଗ୍ରୀ ଆଣିବା ଲାଗି ଯାତ୍ରୀମାନଙ୍କୁ ରେଳବାଇ ଆଗୁଆ ଅବଗତ କରିଛି । ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବା ଲାଗି ଆରୋଗ୍ୟ ସେତୁ ଆପ ଡାଉନ ଲୋଡ କରିବା ବାଧ୍ୟତାମୂଳକ କରାଯାଇଛି ।