୨୨ ବର୍ଷ ପରେ ୧୧ ଜଣଙ୍କ ଭିତରୁ ବିବନଙ୍କୁ ଚିହ୍ନିବେ ଅଞ୍ଜନା
୨୨ ବର୍ଷ ପରେ ୧୧ ଜଣଙ୍କ ଭିତରୁ ବିବନଙ୍କୁ ଚିହ୍ନିବେ ଅଞ୍ଜନା
admin
Mar 3, 2021 - 09:38
Updated: Mar 3, 2021 - 09:38
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳର ଟିଆଇ ପରେଡ ହେବ । ଏଥିଲାଗି ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ ସିବିଆଇ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କ ଆବେଦନ ଉପରେ ଅନୁମତି ପ୍ରଦାନ କରିଥିଲେ । ଝାରପଡ଼ା ଜେଲ ପରିସରରେ ଥିବା ହଲ ଭିତରେ ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ଼ ହେବ । ଇତିମଧ୍ୟରେ ଅଞ୍ଜନା ମିଶ୍ର ଜେଲ ପରିସରରେ ପହଁଚି ସାରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବିବନ ସହ ୧୦ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଧାଡ଼ିରେ ଛିଡା କରାଯିବ । ସେହି ୧୦ ଜଣଙ୍କ ଉଚ୍ଚତା ଓ ଶାରିରୀକ ଗଠନ ପାଖାପାଖି ବିବନ ଭଳି ରହିଥିବ । ଖାଲି ସେତିକି ନୁହେଁ ଆନୁମାନିକ ବୟସ ମଧ୍ୟ ପାଖାପାଖି ହୋଇଥିବ । ସେହି ସମୟରେ ମାଜିଷ୍ଟ୍ରେଟ ଓ ଜେଲର ଜଣେ ଅଧିକାରୀ ଉପସ୍ଥିତ ରହିବେ । ଅନ୍ୟ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ । ପୀଡ଼ିତା ଧାଡ଼ିରେ ଛିଡ଼ା ହୋଇଥିବା କଏଦୀଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରିବେ । ଏହାର କାଗଜପତ୍ର ମଧ୍ୟ ରହିବ । ଯେଉଁ ଜେଲ ଅଧିକାରୀ ଉପସ୍ଥିତ ଥିବେ ସେ ଏଥିରେ ଦସ୍ତଖତ କରିବେ । କୋର୍ଟରେ ଯେତେବେଳେ ମାମଲାର ବିଚାର ପ୍ରକି୍ରୟା ଆରମ୍ଭ ହେବ ଜେଲ ଅଧିକାରୀ ସେହି ସମୟରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିବେ । ଅନ୍ୟ ପକ୍ଷରେ ମାମଲାର ଅଧିକ ତଦନ୍ତ ଲାଗି ସିବିଆଇ ପକ୍ଷରୁ ବିବନର ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା ।