୨୪ ଘଣ୍ଟାରେ ୧୯୧ କରୋନା ଆକ୍ରାନ୍ତ ମୃତ

୨୪ ଘଣ୍ଟାରେ ୧୯୧ କରୋନା ଆକ୍ରାନ୍ତ ମୃତ

୨୪ ଘଣ୍ଟାରେ ୧୯୧ କରୋନା ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୫,୫୯୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠୁ ବଡ଼ କଥା ହେଲା ଯେ, ଦିନକରେ ମୋଟ ୧୯୧ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଫଳରେ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧,୫୧,୯୧୮କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୨୭, ୬୮୩କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ ୧,୦୧,୬୨,୭୩୮ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ସେକ ୨,୧୩,୦୨୭ ଥିବା ଜଣାଯାଇଛି । ଦେଶରେ କରୋନା ଜନିତ ମୃତ୍ୟୁହାର ୧.୪୪% ରହିଛି। ଯାହାକି ବିଶ୍ବରେ ସବୁଠାରୁ କମ୍। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫, ୯୭୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହିତ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୦୧ ଲକ୍ଷ ୬୨ ହଜାର ୭୩୮କୁ ବୃଦ୍ଧି ପାଇଛି । ଦେଶରେ କରୋନା ଆରୋଗ୍ୟ ହାର ୯୬.୫୩% ରହିଛି।