୩ ବର୍ଷର ପୁଅ ସହିତ ବାପା କରୋନାରେ ଆକ୍ରାନ୍ତ ।

୩ ବର୍ଷର ପୁଅ ସହିତ ବାପା କରୋନାରେ ଆକ୍ରାନ୍ତ ।

୩ ବର୍ଷର ପୁଅ ସହିତ ବାପା କରୋନାରେ ଆକ୍ରାନ୍ତ ।
ଖୋର୍ଦ୍ଧା ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ବାପା ଓ ପୁଅ । ୩ ବର୍ଷର ପୁଅ ସହ ୪୧ ବର୍ଷୀୟ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ପୁଅ ସହ ୧୦ ତାରିଖରେ ଅହମ୍ମଦାବାଦରୁ ଫେରିଥିଲେ । ଉଭୟଙ୍କୁ ବେଗୁନିଆ ବ୍ଲକ ହୀରାପୁର କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା । କରୋନା ପଜିଟିଭ ଚିହ୍ନଟ ହେବା ପରେ ଉଭୟଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାପା ପୁଅ ଆକ୍ରାନ୍ତ ନେଇ ଜିଲ୍ଲା ଲୋକସମ୍ପର୍କ ଅଧିକାରୀଙ୍କ ଠାରୁ ପ୍ରକାଶ ।