୪ ବର୍ଷ ପରେ ଶନି-ବୃହସ୍ପତି ମହାମିଳନ, ଡିସେମ୍ବର ୨୧ରେ ଖାଲି ଆଖିରେ ଦେଖିହେବ ଏହି ବିରଳ ଦୃଶ୍ୟ

୪ ବର୍ଷ ପରେ ଶନି-ବୃହସ୍ପତି ମହାମିଳନ, ଡିସେମ୍ବର ୨୧ରେ ଖାଲି ଆଖିରେ ଦେଖିହେବ ଏହି ବିରଳ ଦୃଶ୍ୟ

୪ ବର୍ଷ ପରେ ଶନି-ବୃହସ୍ପତି ମହାମିଳନ, ଡିସେମ୍ବର ୨୧ରେ ଖାଲି ଆଖିରେ ଦେଖିହେବ ଏହି ବିରଳ ଦୃଶ୍ୟ
ନୂଆଦିଲ୍ଲୀ : ଦୀର୍ଘ ବର୍ଷ ପରେ ମହାକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ପାଖାପାଖି ୪ ଶହ ବର୍ଷ ପରେ ମହାକାଶରେ ଶନି ଓ ବୃହସ୍ପତିଙ୍କ ମହାମିଳନର ଦୃଶ୍ୟ ଦେଖିବାର ସୁଯୋଗ ମିଳିବ । ଡିସେମ୍ବର ୨୧ ତାରିଖରେ ଏକ ବିରଳ ଚିତ୍ର ଦୃଶ୍ୟମାନ ହେବ । ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର ୦.୧ ଡିଗ୍ରୀ ରହିବ । ଉକ୍ତ ଦିନ ସୂର୍ଯେ୍ୟାଦୟ ହେବାର ୧ ଘଣ୍ଟା ପରେ ଉତ୍ତର ପଶ୍ଚିମ ଦିଗବଳୟରେ ଟିକେ ଉପରେ ଏହା ଏକତ୍ର ଯୋଡ଼ି ହେବା ଭଳି ଦେଖାଯିବ । ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ । ତେବେ ଛୋଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଲେ ବୃହସ୍ପତି ଓ ଶନିର ମହାମିଳନ ସହ ଉଭୟ ଗ୍ରହର ଉପଗ୍ରହ ଇଓ, ୟୁରୋପା, ଗାଲିମେଡ଼, କାଲିଷ୍ଟୋ ଓ ଟାଇଟନ ମଧ୍ୟ ଦୃଶ୍ୟମାନ ହେବ । ୧୬୨୩ ମସିହା ଜୁଲାଇ ୧୬ ତାରିଖରେ ଉଭୟ ବୃହସ୍ପତି ଓ ଶନି ଗ୍ରହ ମଧ୍ୟରେ ଦୂତା ୦.୦୧ ଡିଗ୍ରୀ ରହିଥିଲା । ତେଣୁ ଦୀର୍ଘ ୪୦୦ ବର୍ଷ ପରେ ଏହି ଦୃଶ୍ୟ ଦେଖିବାକୁ ମିଳିବ ।