ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଧମା କଲା ସେରମ ଇନଷ୍ଟିଚ୍ୟୁଟ, ଜାଣନ୍ତୁ କାହିଁକି

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଧମା କଲା ସେରମ ଇନଷ୍ଟିଚ୍ୟୁଟ, ଜାଣନ୍ତୁ କାହିଁକି

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଧମା କଲା ସେରମ ଇନଷ୍ଟିଚ୍ୟୁଟ, ଜାଣନ୍ତୁ କାହିଁକି
ପୁଣେ : ଜଣେ ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଧମା ରୁଜୁ କରିଛି ସେରମ ଇନଷ୍ଟିଚ୍ୟୁଟ । ସ୍ୱେଚ୍ଛାସେବୀ ଜଣକ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ । କରୋନା ଟିକା କୋଭିସିଲ୍ଡର ପରୀକ୍ଷଣ ସମୟରେ ଏହି ସ୍ୱେଚ୍ଛାସେବୀ ଜଣକ ଅସୁସ୍ଥ ହୋଇଥିବାର ଅଭିଯୋଗ କରିଥିଲେ । ଟିକା କାରଣରୁ ତାଙ୍କ ଠାରେ ଗଭୀର ସ୍ନାୟବିକ ସମସ୍ୟା ଦେଖାଦେଇଥିବା ନେଇ ଏହି ସ୍ୱେଚ୍ଛାସେବୀ ଜଣକ ଅଭିଯୋଗ କରିଥିଲେ । ଏହାକୁ ନେଇ ସ୍ୱେଚ୍ଛାସେବୀ ଜଣକ ସେରମ ଇନଷ୍ଟିଚ୍ୟୁଟ ବିରୋଧରେ ୫ କୋଟିର କ୍ଷତିପୂରଣ ମାମଲା ରୁଜୁ କରିଥିଲେ । ସ୍ୱେଚ୍ଛାସେବୀ ଜଣକ କ୍ଷତିପୂରଣ ଦାବି କରିବା ପରେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ମାନହାନି ମୋକଦ୍ଧମା ଦାୟର କରାଯାଇଥିଲା । ସ୍ୱେଚ୍ଛାସେବୀ ଜଣଙ୍କ କମ୍ପାନୀର ଛବିକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରି ଏହି ମାମଲା ରୁଜୁ କରାଯାଇଛି । ବ୍ୟକ୍ତି ଜଣକ ନିଜ ସ୍ୱାସ୍ଥ୍ୟାବସ୍ଥା ଜନିତ ସମସ୍ୟାକୁ କରୋନା ଟିକା ଉପରେ ଲଦିବାକୁ ଚାହୁଁଛି ବୋଲି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ପ୍ରକାଶ କରିଛନ୍ତି । ଟିକା ସମ୍ପର୍କରେ ସ୍ୱେଚ୍ଛାସେବୀଙ୍କୁ ସମ୍ପୂର୍ଣ୍ଣ ଦିଆଯାଇଥିଲା । ମାତ୍ର ନିଜର ଅସୁସ୍ଥତାକୁ ଲୁଚାଇ ବ୍ୟକ୍ତି ଜଣକ ପରୀକ୍ଷଣରେ ଭାଗ ନେଇଥିଲେ । ଚେନ୍ନାଇର ଏହି ୪୦ ବର୍ଷୀୟ ବ୍ୟକ୍ତି ଜଣକ ଶ୍ରୀ ରାମଚନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ହାୟର ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଟିକା ନେଇଥିଲେ ।