୫୦ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ

୫୦ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ

୫୦ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ
କଟକ : କଟକ ଜଗତପୁର ଥାନା ତ୍ରିଲୋଚନପୁର ଗାଁରେ ବେଆଇନ ବାଣ କାରଖାନା ଠାବ କରାଯାଇଛି। ଚଢାଉ ସମୟରେ ବିପୁଳ ପରିମାଣର ବାଣ , ବାରୁଦ, ବିସ୍ଫୋରକ ଜବତ କରାଯାଇଥିବା ଜଣାପଡ଼ିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ସମ୍ପୃକ୍ତ ଘଟଣାରେ ୧୨ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନପୁର ଗାଁରେ ବେଆଇନ ବାଣ କାରଖାନା ଚାଲିଥିବା ନେଇ ପୁଲିସ ଖବର ପାଇଥିଲା। ଏହାପରେ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପୃକ୍ତ ବାଣଖାନାରେ ଉପରେ ଚଢାଉ କରିଥିଲା।