୬ ବିଶ୍ୱ ବିଦ୍ୟାଳୟ କୁଳପତି ପାଇଁ ପଠାଗଲା ଚୂଡାନ୍ତ ତାଲିକା
୬ ବିଶ୍ୱ ବିଦ୍ୟାଳୟ କୁଳପତି ପାଇଁ ପଠାଗଲା ଚୂଡାନ୍ତ ତାଲିକା
admin
Nov 11, 2020 - 09:27
Updated: Nov 11, 2020 - 09:27
ଭୁବନେଶ୍ୱର: ରାଜ୍ୟରେ ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୁଳପତି ପଦବି ପାଇଁ ଚୂଡାନ୍ତ ତାଲିକା ରାଜଭବନକୁ ପଠାଯାଇଥିବା ସୂଚନା ମିଳିଛି । ୬ଟି ବିଶ୍ୱ ବିଦ୍ୟାଳୟ ପାଇଁ ୪୯୬ ଜଣ ଆବେଦନ କରିଥିଲେ । ସେଥି ମଧ୍ୟରୁ ଚୟନ କମିଟି ଦରଖାସ୍ତ ଗୁଡ଼ିକୁ ଯାଞ୍ଚ କରି କୁଳାଧିପତିଙ୍କୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ମାତ୍ର ୩ ଜଣଙ୍କ ନାମ ପଠାଇଛି । ଚୂଡାନ୍ତ ତାଲିକାରୁ ମନୋନୀତ ୩ ଜଣ ବରିଷ୍ଠ ଶିକ୍ଷାବିତଙ୍କ ସାକ୍ଷାତକାର କୁଳଧିପତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଶେଷରେ କୁଳାଧିପତିଙ୍କ ମୋହର ବାଜିବା ପରେ କୁଳପତି ନିଯୁକ୍ତି ପାଇବେ । କୁଳପତି ନିଯୁକ୍ତି ପାଇବାର ୪ ବର୍ଷ ପର୍ଯ୍ୟନ୍ତ ନିଜ ପଦବିରେ ରହିବେ । ପୂର୍ବରୁ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ରହିଥିଲା । ଯାହାକୁ ୫ ବର୍ଷ ବୃଦ୍ଧି କରିବାକୁ ବହୁ କୁଳପତି ଓ ବରିଷ୍ଠ ଶିକ୍ଷାବିତ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ । ଗତ ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଆଇନରେ ସଂଶୋଧନ ବେଳେ ଏହି କାର୍ଯ୍ୟକାଳରେ ପରିବର୍ତ୍ତନ କରାଯାଇଛି । ସେହିପରି ଆବେଦନକାରୀଙ୍କ ବୟସକୁ ସର୍ବାଧିକ ୬୭ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ଡେରି ହୋଇଛି । ଉଲ୍ଲେଖଯୋଗ୍ୟ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ଉକ୍ରଳ ବିଶ୍ୱ ବିଦ୍ୟାଳୟ, ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି ପାଇଁ ଆବେଦନ ପ୍ରକି୍ରୟା ଜାରି ରହିଛି ।