୭ ଯାଏଁ ବି୍ରଟେନକୁ ବିମାନ ଯାତ୍ରା ମନା

୭ ଯାଏଁ ବି୍ରଟେନକୁ ବିମାନ ଯାତ୍ରା ମନା

୭ ଯାଏଁ ବି୍ରଟେନକୁ ବିମାନ ଯାତ୍ରା ମନା
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୭ ଯାଏଁ ୟୁକେକୁ ବିମାନ ସେବାକୁ ବନ୍ଦ କରାଯାଇଛି । ୟୁକେକୁ କିମ୍ବା ୟୁକେରୁ ଭାରତକୁ କୌଣସି ବିମାନ ଉଡ଼ିବ ନାହିଁ । ଏନେଇ ବେସାମରିକ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ମୁରୀ ସୂଚନା ଦେଇଛନ୍ତି । ଭାରତରେ ୟୁକେର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଡିସେମ୍ବର ୩୧ ଯାଏଁ ୟୁକେକୁ ବିମାନ ସେବା ବନ୍ଦ ଥିଲା । ଅନ୍ୟପକ୍ଷରେ କରୋନା ସମ୍ପର୍କିତ ପୂର୍ବ ମାର୍ଗଦର୍ଶିକାକୁ କେନ୍ଦ୍ର ସରକାର ଜାନୁୁଆରୀ ୩୧ ପର୍ୟ୍ୟନ୍ତ ବଳବତ୍ତର ରଖିଛନ୍ତି। ଦେଶରେ କରୋନା ସଂକ୍ରମଣ ନିମ୍ନମୁଖୀ ହେଉଥିଲେ ମଧ୍ୟ କେରଳରେ ଏହା ନିୟନ୍ତ୍ରଣକୁ ଆସି ନାହିଁ। ଅପରପକ୍ଷରେ ବ୍ରିଟେନ୍‌ରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇଛି। ଏଥିପାଇଁ ଅଧିକ ସତର୍କତା ଆବଶ୍ୟକ ଥିବାରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଉପରୋକ୍ତ ମର୍ମରେ ସାନି ନିର୍ଦେଶନାମା ଜାରି କରାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଏ ସମ୍ପର୍କିତ ନିଦେଶନାମା ପଠାଯାଇଛି। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସତର୍କତା ବଜାୟ ରଖିବା ଆବଶ୍ୟକ ବୋଲି ଗୃହ ମନ୍ତ୍ରାଳୟ ଜାରି କରିଥିବା ଏକ ବିବୃତିରେ କହିଛନ୍ତି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ଯେଉଁ ଏସଓପି ଜାରି କରାଯାଇଥିଲା ତାହା କଡ଼ାକଡ଼ି ପାଳନ କରିବାକୁ ଏଥିରେ କୁହାଯାଇଛି।