୭ରେ ପୁଣି ଓଡିଶା ଆସିବେ ଶାହା

୭ରେ ପୁଣି ଓଡିଶା ଆସିବେ ଶାହା

୭ରେ ପୁଣି ଓଡିଶା ଆସିବେ ଶାହା
ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ୭ ତାରିଖରେ ପୁଣି ଓଡ଼ିଶାଗସ୍ତରେ ଆସୁଛନ୍ତି। ସେ ପଶ୍ଚିମଓଡ଼ିଶାର ବରଗଡ଼ ଓ ଦକ୍ଷିଣଓଡ଼ିଶାର ଗଞ୍ଜାମ ଜିଲ୍ଲା ପୋଲସରାରେ ଜନସମାବେଶରେ ଯୋଗଦେବେ । ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଂପାଦକ ଯତୀନ ମହାନ୍ତି । ଏହା ପୂର୍ବରୁ ଏପ୍ରିଲ୍ ୧ ତାରିଖରେ ମଧ୍ୟ ଶାହା ଓଡ଼ିଶା ଗସ୍ତରେ ଆସି ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇତିମଧ୍ୟରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ସେ କୋରାପୁଟ ଜିଲାର ଜୟପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିବା ବେଳେ ଏପ୍ରିଲ୍ ୨ ତାରିଖରେ କଳାହାଣ୍ଡିର ଭବାନୀପାଟଣା ଆସିଥିଲେ। ତେବେ ମୋଦୀ ୬ ତାରିଖରେ ପୁଣି ସୁନ୍ଦରଗଡ଼ ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପୂର୍ବରୁ ସୂଚନା ଦେଇଥିଲେ।