୮୭ ଜେଲରୁ ମୁକୁଳିବେ ୧୭୨୭ ବିଚାରାଧୀନ ବନ୍ଦୀ

୮୭ ଜେଲରୁ ମୁକୁଳିବେ ୧୭୨୭ ବିଚାରାଧୀନ ବନ୍ଦୀ

୮୭ ଜେଲରୁ ମୁକୁଳିବେ ୧୭୨୭ ବିଚାରାଧୀନ ବନ୍ଦୀ
୭ ବର୍ଷ ବା ତା’ଠାରୁ କମ ଜେଲ ଦଣ୍ଡ ଥିବା ମାମଲାରେ ଦୋଷୀ ସାବ୍ୟସ୍ତଙ୍କୁ ପାରୋଲ, ଭିଡ଼ ଏଡ଼ାଇବା ପାଇଁ ୮୫୬ଙ୍କୁ ସ୍ଥାନାନ୍ତର କଟକ: କରୋନାକୁ ନେଇ ଦେଖାଦେଇଥିବା ପରିସ୍ଥିତିରେ ରାଜ୍ୟର ୮୭ଟି ଜେଲରେ ଥିବା ପ୍ରାୟ ୧୭ ଶହ ବିଚାରାଧୀନ ବନ୍ଦୀଙ୍କ ସହିତ ବହୁ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ଅନ୍ତରୀଣ ଜାମିନ /ପାରୋଲରେ ମୁକ୍ତ କରାଯିବ । ଜେଲ ଗୁଡ଼ିକରେ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ବନ୍ଦୀଙ୍କ ପ୍ରସଙ୍ଗକୁ ନେଇ ସୁପି୍ରମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସହିତ ଜାରି କରାଯାଇଥିବା ନିୟମାବଳୀ ଆଧାରରେ ଜେଲରେ ଥିବା ବନ୍ଦୀଙ୍କୁ ଏବେ ମୁକ୍ତ କରାଯିବ ବୋଲି ସୂଚନା ମିଳିଛି । ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଓ ଜେଲ ମହାନିଦେ୍ର୍ଧଶକ ସନ୍ତୋଷ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ । ଜେଲରେ ଭିଡ଼ ଏଡ଼ାଇବା ପାଇଁ ତଥା ବନ୍ଦିଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ମଙ୍ଗଳ ପାଇଁ କମିଟି କେତେକ ନିୟମାବଳୀ ଜାରି କରିଛି । ଏପରି ନିୟମାବଳୀ ଆଧାରରେ କର୍ତ୍ତୃପକ୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ବନ୍ଦୀଙ୍କୁ ଯଥାଶୀଘ୍ର ପାରୋଲ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବେ । ଅଦାଲତର ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷ ବା ତାଠାରୁ କମ କାରାଦଣ୍ଡ ପାଇ ଜେଲରେ ଥିବା ବନ୍ଦୀଙ୍କୁ ପାରୋଲରେ ମୁକ୍ତ କରାଯିବ । ଏପରି ବନ୍ଦୀଙ୍କୁ ଜେଲ ସହିତ ଜରିମାନା ଦଣ୍ଡ ମିଳିଥିଲେ ମଧ୍ୟ ଜେଲରୁ ଛଡ଼ାଯିବ । ୭ ବର୍ଷ ବା ତା ଠାରୁ କମ ଜେଲ ଦଣ୍ଡ ପାଇ ଜେଲରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଯଦି ଗୋଟିଏ ବା ଅଧିକ ବିଚାରାଧୀନ ମାମଲା ରହିଥିବ ତେବେ ମଧ୍ୟ ପାରୋଲ ମିଳିପାରିବ । ଏଭଳି କ୍ଷେତ୍ରରେ ବନ୍ଦୀ ଜଣକ ଶେଷ ପାରୋଲ ଶାନ୍ତି ପୂର୍ଣ୍ଣ ଭାବେ ଉପଲବ୍ଧ କରିବା ସହିତ ବିଚାରଧୀନ ମାମଲାରେ ଜାମିନରେ ଥିବା ଆବଶ୍ୟକ । ୮୫୬ ଜଣ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ଭିଡ଼ ଏଡ଼ାଇବା ପାଇଁ ବିଭିନ୍ନ ଜେଲକୁ ସ୍ଥାନାନ୍ତର କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଝଛି ବୋଲି ଡିଜି କମିଟି ନିକଟରେ ସ୍ପଷ୍ଟ କରିଥିଲେ । ଅର୍ଣ୍ଣେସ କୁମାର ରାୟରେ ରହିଥିବା ନିଦେ୍ର୍ଧଶାଳବୀ ରାଜ୍ୟରେ ସବୁ ଥାନାରେ ପାଳନ ସୁନିଶ୍ଚିତ କରିବା ପାଇଁ ଗୃହ ସଚିବ ଓ ପୁଲିସ ଡିଜି ପଦକ୍ଷେପ ନେବେ । ସବୁ ସପ୍ତାହରେ ଥରେ ବୁଧବାର ଦିନ ଜିଲ୍ଲାସ୍ତରୀୟ ଅଣ୍ଡର ଟ୍ରାଏଲ ରିଭୁ୍ୟ କମିଟି ବସି ସୁପି୍ରମକୋର୍ଟଙ୍କ ରାୟ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବେ । ବ୍ୟକ୍ତିଗତ ବୈଠକ ନ କରି ବୈଦୁ୍ୟତିକ ଯୋଗାଯୋଗ ମାଧ୍ୟମରେ ବ୍ୟବହାର କରାଯିବ । ଜେଲରୁ ମୁକୁଳିବାକୁ ଥିବା ବନ୍ଦୀଙ୍କୁ ସେମାନଙ୍କ ସ୍ଥାନରେ ପହଞ୍ଚାଇବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପି ବ୍ୟବସ୍ଥା କରିବେ ।