ଅଟୋ ଏକ୍ସପୋ ୨୦୨୦ : ଦୁଇ ଇଲେକ୍ଟି୍ର ଗାଡ଼ି ‘ଟେସେରୋ’ ଓ ଉନ୍ମୋଚନ କଲା ଇଭେ ଇଣ୍ଡିଆ

ଅଟୋ ଏକ୍ସପୋ ୨୦୨୦ : ଦୁଇ ଇଲେକ୍ଟି୍ର ଗାଡ଼ି ‘ଟେସେରୋ’ ଓ ଉନ୍ମୋଚନ କଲା ଇଭେ ଇଣ୍ଡିଆ

ଅଟୋ ଏକ୍ସପୋ ୨୦୨୦ : ଦୁଇ ଇଲେକ୍ଟି୍ର ଗାଡ଼ି ‘ଟେସେରୋ’ ଓ ଉନ୍ମୋଚନ କଲା ଇଭେ ଇଣ୍ଡିଆ
ନୂଆଦିଲ୍ଲୀ : ଅଟୋ ଏକ୍ସପୋ ୨୦୨୦ ଅବସରରେ ଇଭେ ଇଣ୍ଡିଆ ଦୁଇ ଇଲେକ୍ଟି୍ର ଗାଡ଼ି ଉନ୍ମୋଚନ କରିଛି । ଟେସେରୋ ଓ ଫୋରସେଟି ନାମକ ଦୁଇ ଗାଡ଼ି ଉନ୍ମୋଚିତ ହୋଇଛି । ଟେସେରୋ ଏକ ଇ ବାଇକ ହୋଇଥିବାବେଳେ ଫୋରସେଟି ଏକ ଇ-ସ୍କୁଟର । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯାଇଥିବାବେଳେ ଉଚ୍ଚମାନର ବୈଶିଷ୍ଟ୍ୟ ରହିଛି । ଖୁବଶୀଘ୍ର ଏହି ଦୁଇ ଇ-ବାଇକ ଭାରତୀୟ ବଜାରକୁ ଆସିବ ବୋଲି ଜଣାପଡ଼ିଛି । ଏହାର ବଜାର ପ୍ରବେଶ ଅବସରରେ କମ୍ପାନୀର ସହ ପ୍ରତିଷ୍ଠାତା ତଥା ନିଦେ୍ର୍ଧଶକ ହର୍ଷ ଦିଦୱାନିଆ କହିଛନ୍ତିଯେ, ଏହି ଦୁଇ ଇ ବାଇକ ଅନେକ ବୈଶିଷ୍ଟ୍ୟରେ ଭରପୂର ରହିଥିବାବେଳେ ଏହାର ଡିଜାଇନ ବି ଆକର୍ଷଣୀୟ ହୋଇପାରିଛି । ଭାରତର ପରିବେଶକୁ ଦୃଷ୍ଟିରେ ରଖିବା ସହ ବାଇକ ଚାଳକଙ୍କ ସମସ୍ୟାକୁ ବୁଝିପାରି ଟେସେରୋ ଓ ଫୋରସେଟିର ବଜାର ପ୍ରବେଶ କରାଯାଇଛି । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଏହାର ଉନ୍ନତମାନର ବୈଶିଷ୍ଟ୍ୟମାନ ନିଶ୍ଚିତ ଭାବେ ଭାରତୀୟ ଗ୍ରାହକମାନଙ୍କୁ ଆକର୍ଷିତ କରିପାରିବ । ଭାରତର ବାଇକ ବଜାର ଦ୍ରୁତଗତିରେ ବଢ଼ୁଥିବାବେଳେ ଗ୍ରାହକମାନଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇବୁ ବୋଲି ଦିଦୱାନିଆ ପ୍ରକାଶ କରିଛନ୍ତି ।