ଅନିଲଙ୍କ ଆଉ ୨ କମ୍ପାନୀ ବନ୍ଦ ହେବ

ଅନିଲଙ୍କ ଆଉ ୨ କମ୍ପାନୀ ବନ୍ଦ ହେବ

ଅନିଲଙ୍କ ଆଉ ୨ କମ୍ପାନୀ ବନ୍ଦ ହେବ
ମୁମ୍ବାଇ: ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇ ତାହାକୁ ଠିକ୍ ଭାବେ ଶୁଝିପାରିନଥିବା ଶିଳ୍ପପତି ଅନିଲ ଅମ୍ବାନିଙ୍କ ଅବସ୍ଥା ଖରାପରୁ ଅତି ଖରାପ ଆଡକୁ ଗତ କରୁଛି । ତାଙ୍କର ଗୋଟିଏ ପରେ ଗୋଟିଏ ସଂସ୍ଥା ବନ୍ଦ ହେବାରେ ଲାଗିଛି । ତାଙ୍କର ଆଉ ଦୁଇଟି କମ୍ପାନୀ ଶୀଘ୍ର ବନ୍ଦ ହେବାକୁ ଯାଉଛି । ଅନିଲ ନିଜର ଦୁଇଟି ସଂସ୍ଥା ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଓ ରିଲାଏନ୍ସ ହୋମ୍ ଫାଇନାନ୍ସକୁ ଡିସେମ୍ବର ସୁଦ୍ଧା ବନ୍ଦ କରିବେ ବୋଲି କହିଛନ୍ତି । ଏହି ଦୁଇ କମ୍ପାନୀ ପାଖରେ ୨୫ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି ଏବଂ ଏହା ଅନିଲଙ୍କ ରିଲାଏନ୍ସ କ୍ୟାପିଟାଲ ସଂସ୍ଥା ଅଧୀନରେ ପରିଚାଳିତ ହେଉଛି । ଏହି ଦୁଇ କମ୍ପାନୀ ବନ୍ଦ ହୋଇଯିବା ପରେ ରିଲାଏନ୍ସ କ୍ୟାପିଟାଲ ଅଧୀନରେ କେବଳ ବୀମା ଏବଂ ମୁ୍ୟଚୁ୍ୟଆଲ ଫଣ୍ଡ କମ୍ପାନୀ ରହିଯିବ ।