ଅନ୍‌ଲାଇନ୍‌ରେ ହେବ ଯୁକ୍ତ ଦୁଇ ଫର୍ମ ପୂରଣ

ଅନ୍‌ଲାଇନ୍‌ରେ ହେବ ଯୁକ୍ତ ଦୁଇ ଫର୍ମ ପୂରଣ

ଅନ୍‌ଲାଇନ୍‌ରେ ହେବ ଯୁକ୍ତ ଦୁଇ ଫର୍ମ ପୂରଣ
ଭୁବନେଶ୍ୱର: ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକବର୍ଷ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଅନ୍‌ଲାଇନ୍‌ରେ ପ୍ରଥମେ ୬ ତାରିଖରୁ ୧୨ ତାରିଖ ପର୍ୟ୍ୟନ୍ତ ଏକ୍ସ-ରେଗୁଲାର ପିଲାଙ୍କର ଫର୍ମପୂରଣ କରାଯିବ । ସେହିପରି ୧୩ରୁ ୨୪ ତାରିଖ ପର୍ୟ୍ୟନ୍ତ ରେଗୁଲାର ଓ କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମର ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କର ଫର୍ମ ପୂରଣ ହେବ । ଏସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି । ଉପରୋକ୍ତ ସମୟସୀମା ଭିତରେ ଛାତ୍ରଛାତ୍ରୀ ଫର୍ମପୂରଣ ନକରିପାରିଲେ ଜରିମାନା ଦେଇ ଫର୍ମପୂରଣ କରିବେ । ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ୧୩ରୁ ୧୯, ରେଗୁଲାର ଏବଂ କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମ ଛାତ୍ରଛାତ୍ରୀ ୨୫ରୁ ୨୮ ତାରିଖରେ ୫୦ ଟଙ୍କା ଜରିମାନା ସହ ଫର୍ମପୂରଣ କରିପାରିବେ । ସେହିପରି ୨୦ରୁ ମାର୍ଚ୍ଚ ୩ ଭିତରେ ଏକ୍ସରେଗୁଲାର, ମାର୍ଚ୍ଚ ୧ରୁ ୩ ଭିତରେ ରେଗୁଲାର ଓ କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ୩୫୦ ଟଙ୍କା ଜରିମାନା ସହ ଫର୍ମପୂରଣ କରିବେ । ଆପାତତଃ ୨୯ ଏପ୍ରିଲ୍‌ରୁ ପ୍ରାକ୍ଟିକାଲ୍‌ ପରୀକ୍ଷା ଓ ଥିଓରି ପରୀକ୍ଷା ମେ ୧୫ରୁ ଆରମ୍ଭ ହେବ ବୋଲି ପୂର୍ବରୁ କୁହାଯାଇଛି ।