ଅବିଶ୍ୱାସ ହେଲେ ବି ସତ : ଏହି ମିଠା କିଲୋକୁ ୯,୦୦୦ ଟଙ୍କା!

ଅବିଶ୍ୱାସ ହେଲେ ବି ସତ : ଏହି ମିଠା କିଲୋକୁ ୯,୦୦୦ ଟଙ୍କା!

ସୁରଟ : ସୁରଟରେ ଜଣେ ମିଠା ବ୍ୟବସାୟୀ ‘ଗୋଲଡ ଘରି’ ନାମରେ ଏକ ସ୍ୱତନ୍ତ୍ର ମିଠା ପ୍ରସ୍ତୁତ କରିଛନ୍ତି । ଏହି ମିଠାର ନାମ ଗୋଲ୍ଡ ଘରି ରହିଛି । ତେବେ ଗୋଲ୍ଡ ଘରିର ଦର ଜାଣିଲେ ଆପଣ ନିଶ୍ଚିତ ଅବାକ ହୋଇଯିବେ । ଏହି ସ୍ୱତନ୍ତ୍ର ମିଠାର ଦାମ ହେଉଛି କିଲୋ ପିଛା ୯୦୦୦ ଟଙ୍କା । ଆଗକୁ ‘ଚାନ୍ଦି ପଡଭୋ’ ପର୍ବ ରହିଥିବା ପରିପ୍ରେକ୍ଷୀରେ ଉକ୍ତ ସ୍ୱତନ୍ତ୍ର ମିଠାକୁ ପ୍ରସ୍ତୁତ କରାଯାଇଛି । ଘରି ହେଉଛି ସୁରଟର ଏକ ମିଠା, ଯାହାର ସ୍ୱତନ୍ତ୍ର ଭର୍ସନ ହେଉଛି ‘ଗୋଲଡ ଘରି’ । ଘରି ସାଧାରଣତଃ କିଲୋ ପିଛା ୬୬୦ ରୁ ୮୨୦ ଟଙ୍କାରେ ମିଳିଥାଏ । ମିଠା ବ୍ୟବସାୟୀ ରୋହନଙ୍କ କହିବାନୁସାରେ ଏହି ମିଠା ସ୍ୱାସ୍ଥ୍ୟ ପକ୍ଷେ ହିତକର । କାରଣ ଆୟୁର୍ବେଦରେ ସୁନାକୁ ଅତି ଉପାଦେୟ ଧାତବ ଭାବେ ଗଣନା କରାଯାଇଥା । ଏହି ମିଠା ବଜାରକୁ ଆସିବାରେ ମାତ୍ର ୩ ଦିନ ହୋଇଛି । ବଜାର ମାନ୍ଦା ଥିବା ସତ୍ତ୍ୱେ ଏହାର ଚାହିଦା ଢେ଼ର ରହିଥିବା ରୋହନ ପ୍ରକାଶ କରିଛନ୍ତି ।