ଆଇଏସଏସଏଫ ବିଶ୍ୱକପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ଆଇଏସଏସଏଫ ବିଶ୍ୱକପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ଆଇଏସଏସଏଫ ବିଶ୍ୱକପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ
ମ୍ୟୁନିକ: ଭାରତ ଗୁରୁବାର ଉଦଯାପିତ ଆଇଏସଏସଏଫ ବିଶ୍ୱକପରେ ୫ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ମୋଟ ୬ଟି ପଦକ ସହ ଅଭିଯାନ ଶେଷ କରିଛି । ଶେଷ ଦିନରେ ଉଭୟ ମିଶ୍ରିତ ଦଳୀୟ ଇଭେଂଟରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ମିଳିଥିଲା । ଫଳରେ ଭାରତ ପଦକ ତାଲିକାରେ ଶୀର୍ଷରେ ରହିବା ସହ ଆଇଏସଏସଏଫ ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା । ଭାରତ ପଛକୁ ଚୀନ ୯ପଦକ(୨ ସ୍ୱର୍ଣ୍ଣ, ୨ ରୌପ୍ୟ, ୫କାଂସ୍ୟ) ସହ ଦ୍ୱିତୀୟରେ ରହିଥିଲା । ଗୁରୁବାର ୧୦ ମିଟର ଏୟାର ରାଇଫଳରେ ଭାରତୀୟ ମିଶ୍ରିତ ଯୋଡି ଅଞ୍ଜୁମ ମୌଦଗିଲ ଓ ଦିବ୍ୟାଂଶ ସିଂହ ପନୱାର ସ୍ୱର୍ଣ୍ଣ ଜିତିଥିଲା ବେଳେ ଅପୂର୍ବା ଚାଣ୍ଡେଲା ଓ ଦୀପକ କୁମାର ଦ୍ୱିତୀୟରେ ରହି ରୌପ୍ୟ ପଦକ ଜିତିଥିଲେ । ୧୦ ମିଟର ଏୟାର ପିସ୍ତଲ ମିଶ୍ରିତରେ ମନୁ ଭାକେର ଓ ସୌରଭ ଚୌଧୁରୀ ପ୍ରଥମ ସ୍ଥାନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ଏମାନଙ୍କ ମଧ୍ୟରୁ ଅପୂର୍ବା(ମହିଳା ୧୦ ମିଟର ଏୟାର ରାଇଫଲ), ରାହି ସର୍ନୋବାତ(ମହିଳା ୨୫ ମିଟର ପିସ୍ତଲ) ଏବଂ ସୌରଭ (ପୁରୁଷ ୧୦ ମିଟର ଏୟାର ପିସ୍ତଲ) ସ୍ୱର୍ଣ୍ଣ ପଦକ ଜିତିଥିଲେ ।