ଆଉ ୫୭୭ ଆକ୍ରାନ୍ତ ଚିହ୍ନଟ

ଆଉ ୫୭୭ ଆକ୍ରାନ୍ତ ଚିହ୍ନଟ

ଆଉ ୫୭୭ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୪୧୬ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୬୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୭୦୦୬ ଜଣ ସୁସ୍ଥ ହୋଇଥିବାବେଳେ ୪୧୨୮ ଜଣ ସକ୍ରିୟ ଅଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୭, ବାଲେଶ୍ୱରରେ ୩୦, ଭଦ୍ରକରେ ୨, ବୌଦ୍ଧରେ ୫, ଢେଙ୍କାନାଳରେ ୪, ଗଜପତିରେ ୧୭, ଗଞ୍ଜାମରେ ୨୬୦, ଜଗତସିଂହପୁରରେ ୭, ଯାଜପୁରରେ ୯, ଝାରସୁଗୁଡ଼ାରେ ୧, କନ୍ଧମାଳରେ ୧, କେନ୍ଦ୍ରାପଡ଼ାରେ ୩, କେନ୍ଦୁଝରରେ ୪୮, ଖୋର୍ଦ୍ଧାରେ ୫୬, କୋରାପୁଟରେ ୬, ମାଲକାନାଗିରିରେ ୧, ମୟୂରଭଞ୍ଜରେ ୧୪, ନୟାଗଡ଼ରେ ୧, ପୁରୀରେ ୫, ସମ୍ବଲପୁରରେ ୩ ଓ ସୁନ୍ଦରଗଡ଼ରେ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ରାଜ୍ୟରେ ୩୧୪୯୮୭ ନମୁନା ପରୀକ୍ଷଣ ହୋଇଛି ।