ଆଜି କ୍ୟାବିନେଟ, ୧୮ ପ୍ରସ୍ତାବରେ ଲାଗିପାରେ ମୋହର
ଆଜି କ୍ୟାବିନେଟ, ୧୮ ପ୍ରସ୍ତାବରେ ଲାଗିପାରେ ମୋହର
admin
Aug 12, 2020 - 07:07
Updated: Aug 12, 2020 - 07:07
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟ ବସିବ । ବୈଠକ ସମ୍ପର୍କରେ ବିଧିବଦ୍ଧ ସୂଚନା ମିଳିନଥିବା ବେଳେ ପ୍ରାୟ ୧୮ଟି ଏଜେଣ୍ଡା ଉପରେ ଆଲୋଚନା ହେବ ବୋଲି ଖବର ମିଳିଛି । ବର୍ତ୍ତମାନ କରୋନା ସଂକଟ ଚାଲିଥିବା ବେଳେ ଏହାର ମୁକାବିଲା ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇପାରେ କ୍ୟାବିନେଟ । ଏପରିକି ସ୍ୱାସ୍ଥ୍ୟ ସେବାକୁ ନେଇ ଏକ ଅଧ୍ୟାଦେଶ ଅଣାଯିବ ବୋଲି ଜଣାପଡ଼ିଛି । ଏହା ବାଦ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ଦେଇପାରେ କ୍ୟାବିନେଟ । ପର୍ଯ୍ୟଟନ ଓ ଶ୍ରମ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଖବର ମିଳିଛି । ଜୀବନ ଜୀବିକାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍ସିୀଂ ମାଧ୍ୟମରେ କ୍ୟାବିନେଟ ବୈଠକରେ ଯୋଗ ଦେବେ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ଅଧାରୁ ଅଧିକ ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରେ ଅଛନ୍ତି । ସେମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଅଂଶ ଗ୍ରହଣ କରିବେ । ସେହିପରି ରାଜଧାନୀରେ ଉପସ୍ଥିତ ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲାରେ ଥିବା କନଫରେନ୍ସିଂ ହଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହେବେ ।