ଆଜି ମଧ୍ୟ ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ : କାହିଁକି ଟିକାକରଣ ବନ୍ଦ ଜାଣନ୍ତୁ

ଆଜି ମଧ୍ୟ ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ : କାହିଁକି ଟିକାକରଣ ବନ୍ଦ ଜାଣନ୍ତୁ

ଆଜି ମଧ୍ୟ ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ : କାହିଁକି ଟିକାକରଣ ବନ୍ଦ ଜାଣନ୍ତୁ

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରୁଥିବାବେଳେ ଟିକା ଅଭାବ ଏଥିରେ ବାଧକ ସାଜିଛି ।    ଟିକା ମିଳୁନଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଉଛି । ଏହି କ୍ରମରେ ଆଜି ମଧ୍ୟ ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇଥିବା ଜଣାଯାଇଛି ।  ବାକି ୧୫ଟି ଜିଲ୍ଲାର ମାତ୍ର ୯୭ଟି ସେସନ ସାଇଟରେ ଟିକା ଦିଆଯିବ । ଅନୁଗୁଳ, ବାଲେଶ୍ୱର, ଦେବଗଡ, ଢ଼େଙ୍କାନାଳ, ଗଜପତି, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ନୂଆପଡା ଓ ସମ୍ବଲପୁରରେ ଆଜି ଦିଆଯିବନି ଟିକା ।

ରାଜ୍ୟରେ ୩ଲକ୍ଷ ୪୯ ହଜାର ୯୩୦ କୋଭିସିଲ୍ଡ ଟିକା ଥିବାବେଳେ ୩ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ ଟିକା ରହିଛି । ଅନ୍ୟପଟେ ଗତକାଲି ରାଜ୍ୟର ୨୧୭ଟି କେନ୍ଦ୍ରରେ ୫୧ ହଜାର ୬୫୦ ଲୋକଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଏପର୍ୟ୍ୟନ୍ତ ୧କୋଟି ୩୩ଲକ୍ଷ ୮୫ ହଜାର ୯୨୩ ଟିକା ଦିଆଗଲାଣି ।