ଆଜି ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି

ଆଜି ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି

ଆଜି ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩ ଓ କଟକ ଜିଲ୍ଲାରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ,. ନବରଙ୍ଗପୁର, ନୟାଗଡ, ପୁରୀ, ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧରୁ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ହୋଇଛି । ବାଲେଶ୍ବରର ୪ ମୃତକଙ୍କ ବୟସ ଯଥାକ୍ରମେ ୩୨, ୬୫, ୫୬ ଓ ୬୦ ବର୍ଷୀୟ ପୁରୁଷ । ସେହିପରି ଖୋର୍ଦ୍ଧାର ତିନି ମୃତକଙ୍କ ମଧ୍ୟରେ ଜଣେ ୭୦ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୫୫, ୮୧ ବର୍ଷ । କଟକରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ ୬୨ ଓ ୬୫ ବର୍ଷ । ଅନୁଗୁଳରୁ ୫୭ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ ୩୮ ବର୍ଷୀୟ ପୁରୁଷ ଆକ୍ରାନ୍ତ, ମୟୂରଭଞ୍ଜରୁ ୬୨ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ୬୫ ବର୍ଷୀୟ ପୁରୁଷ, ନୟାଗଡରୁ ୭୫ ବର୍ଷୀୟ ପୁରୁଷ, ପୁରୀରୁ ୭୭ ବର୍ଷୀୟ ପୁରୁଷ ଓ ସୁବର୍ଣ୍ଣପୁରରୁ ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।