ଆପଣ ଜାଣିଛନ୍ତି କି ଆମେ ବ୍ୟବହାର କରୁଥିବା କଳାଜିରାର ଉପକାରିତା

ଆପଣ ଜାଣିଛନ୍ତି କି ଆମେ ବ୍ୟବହାର କରୁଥିବା କଳାଜିରାର ଉପକାରିତା

ଆପଣ ଜାଣିଛନ୍ତି କି ଆମେ ବ୍ୟବହାର କରୁଥିବା କଳାଜିରାର ଉପକାରିତା

ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କଳାଜିରା। ଏହା ଦେଖିବାକୁ କଳା ରଙ୍ଗର। ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ କଳାଜିରା ଶରୀରରେ ଅନେକ ରୋଗକୁ ଭଲ କରିଥାଏ। ତା’ହେଲେ ଆସନ୍ତୁ ଜାଣିବା କଳାଜିରାରୁ ସ୍ୱାସ୍ଥ୍ୟଜନିତ କେଉଁ କେଉଁ ଲାଭ ମିଳିଥାଏ।

୧. ଟାଇପ୍‌-୨ ଡାଇବେଟିସ୍‌ରେ ପୀଡ଼ିତ ବ୍ୟକ୍ତି ପ୍ରତିଦିନ କଳାଜିରା ଖାଇବା ଉଚିତ। ଏହାଦ୍ୱାରା ଶରୀରରେ ତିଆରି ହେଉଥିବା ଗ୍ଲୁକୋଜ୍‌ କମ୍‌ ହୋଇଥାଏ ଏବଂ ଇନସ୍ୟୁଲିନ୍‌ ତିଆରି ହେବା କ୍ଷମତା ବଢ଼ିଥାଏ। ଆହୁରି ମଧ୍ୟ ଶରୀରରେ ଥିବା ବିଟା ସେଲ୍‌ର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ।

୨. ସପ୍ତାହକୁ ଦୁଇଥର କଳାଜିରା ଖାଇଲେ ହାଇପର୍ ଟେନ୍‌ସନରୁ ମୁକ୍ତି ମିଳିବା ସହିତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

୩. କଳାଜିରାକୁ ପାଣିରେ ଫୁଟାଇ ବାତ ମାରୁଥିବା ରୋଗୀଙ୍କୁ ଏହାର ପାଣି ପିଇବାକୁ ଦିଅନ୍ତୁ। ଦେଖିବେ ବାତ ରୋଗ ଭଲ ହୋଇଯିବ।

୪. କଫ ସମସ୍ୟା ଥିଲେ କଳାଜିରା ତେଲ ଖାଆନ୍ତୁ। ଏହାର ତେଲ ଖାଲି ପେଟରେ ଖାଇଲେ ଅନେକ ରୋଗ ଭଲ ହୋଇଥାଏ।

୫. କଳାଜିରା ତ୍ୱଚା ସମ୍ୱନ୍ଧୀୟ ରୋଗକୁ ଠିକ୍‌ କରିଥାଏ। ଏହାକୁ ଖାଇଲେ ତ୍ୱଚା କୋମଳ ଓ ଉଜ୍ଜ୍ୱଳ ହୋଇଥାଏ।

୬. କଳାଜିରା ତେଲ କେଶରେ ଲଗାଇଲେ କେଶ କଳା ହୋଇଥାଏ।

୭. ଯେଉଁମାନଙ୍କର ଦାନ୍ତରେ ସମସ୍ୟା ରହିଛି କିମ୍ୱା ଦାନ୍ତ ପୋକ ଖାଉଛି, ସେମାନେ ରାତିରେ ଶୋଇବା ପୂର୍ବରୁ ତୁଳାରେ କଳାଜିରା ତେଲ ଲଗାଇ ଦାନ୍ତ ମୂଳରେ ଲଗାଇ ଶୁଅନ୍ତୁ। ଦେଖିବେ ଦାନ୍ତରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯିବେ।